ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ଲାଞ୍ଜିଗଡ଼ରୋଡ଼ ଉତ୍ସବମୁଖର, ସବୁଆଡେ ରାମମୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସୋମବାର ସମଗ୍ର ଦେଶ ଉତ୍ସବମୁଖର ହୋଇଥିଲା। ଏଥିପାଇଁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳ ରାମମୟ ହୋଇଥିବା ବେଳେ ଚାରିଆଡେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଲାଞ୍ଜିଗଡ଼ରୋଡ଼ ବିଭିନ୍ନ ସଂଗଠନ ଓ ଧର୍ମାନୁଷ୍ଠାନ ପକ୍ଷରୁ ଏହି ଅବସରରେ ବିଭିନ୍ନ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଘରର ଛାତ ଉପରେ ଗେରୁଆ ରଙ୍ଗର ପତାକା ଉଡୁଥିବା ବେଳେ ମଠ, ମନ୍ଦିର ଓ ଅଧିକାଂଶ ଘର ସମ୍ମୁଖରେ ସଂନ୍ଧ୍ୟାରେ ଦୀପ ଜଳୁଥିବା ଦେଖିବାକୁ ମିଳିଛି।ଏହି ଅବସରରେ ଲାଞ୍ଜିଗଡ଼ରୋଡ଼ ଠାରେ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇଥିଲା। ବୀର ହନୁମାନ କମିଟି ପକ୍ଷରୁ ହନୁମାନ ଏହି ମହୋତ୍ସବର ଆୟୋଜନ କରାଯାଇଥିଲା। ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଯଜ୍ଞ, ଶ୍ରୀରାମ ନାମ ଜପ, ପ୍ରବଚନ, ଭଜନ ସମାରୋହ, ନୃତ୍ୟନାଟିକା ଆଦି ପରିବେଷଣ କରାଯାଇଥିବା ବେଳେ ମଧ୍ୟାହ୍ନରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ରାମଖେଚୁଡି ବଣ୍ଟନ କରାଯାଇଥିଲା। ସେହିପରି ଲାଞ୍ଜିଗଡ଼ରୋଡ଼ ସ୍ଥିତ ଶ୍ରୀ ସପ୍ନେଶ୍ଵର ମହାଦେବଙ୍କ ପୀଠରେ କମିଟି ପକ୍ଷରୁ ପୂଜାର୍ଚ୍ଛନା, ଯଜ୍ଞ, ଶ୍ରୀରାମ ନାମ ଜପ ଆଦି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କର୍ତ୍ତା ଭାବେ ଚନ୍ଦ୍ରଶେଖର ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ରାଜଲକ୍ଷ୍ମୀ ମହାପାତ୍ର ଦାଇତ୍ୱ ତୁଲାଇଥିବା ବେଳେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଅଞ୍ଚଳବାସୀ ତଥା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.