ପୋଟେସ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ପୋଟେସ ପ୍ରକଳ୍ପ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ସ୍କୁଲ ପରିସର ରେଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅପରାହ୍ନ ୨ଘଣ୍ଟା ସମୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗଦେଇ ଛାତ୍ରଛାତ୍ରୀ ଭଲ ଭାବେ ଅଧ୍ୟୟନ କଲେ ଶୀର୍ଷ ସ୍ଥାନରେ ପହଂଚି ପରିବା ସହ ରାଜ୍ୟ ତଥା ଦେଶର ସୁନାମ ଅର୍ଜନ କରିପାରିବେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ସାହିତିକ୍ୟ ତଥା ସମାଜସେବୀ ଅଜୟ କୁମାର ଦାସ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ଓ ପଣ୍ଡିଗାଁ ସରପଞ୍ଚ କବିତା ଜୈନ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

ପ୍ରଥମେ ବାଗଦେବି ସରସ୍ୱତୀ ଓ ବିଦ୍ୟାଦାତା ଗଣେଶଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରି ପୂଜାର୍ଚ୍ଚନା କରାଯାଇଥିଲା।ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ ବିବରଣୀ ପଠନ କରିଥିଲେ। ସି.ଆର.ସି.ସି ନବଘନ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଓ ୧୧୫ ଜଣ ବରିଷ୍ଠ ଓ କନିଷ୍ଠ ବିଭାଗରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା।

ଚଳିତ ବର୍ଷ ବାଳକ ବିଭାଗରେ ଅଥର୍ବ ରାଜ କଟ୍ରା ଓ ବାଳିକା ବିଭାଗରେ ମୋନାଲିସା ରାଉତ ଚମ୍ପିୟାନ ହୋଇଥିଲେ।ସମାଜରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଗ୍ରାମର ବିଶିଷ୍ଟ ବ୍ୟକ୍ତି ସାମ୍ୱାଦିକ ଶରତ ଚନ୍ଦ୍ର ସୁନାନୀ, ତୁଲାରାମ ପାନ,ଦିନବନ୍ଧୁ ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ସହ ସି.ଆର.ସି.ସି ନବଘନ ସାହୁ, ଶିକ୍ଷୟତ୍ରୀ ମଲ୍ଲିକା ନାଏକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ଉକ୍ତ ଉତ୍ସବ ଆୟୋଜନ ଓ ପରିଚାଳନା ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ, ଶିକ୍ଷକ ତ୍ରିଲୋଚନ ଧଳ, ଦୀପକ ଅଟ, ଶିକ୍ଷୟତ୍ରୀ ମଲ୍ଲିକା ନାଏକଙ୍କ ସମେତ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.