କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ମୃଣାଳ ସେନ୍ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ

ମୃଣାଳ ସେନଙ୍କ ଚଳଚ୍ଚିତ୍ରର ବ୍ୟାପ୍ତି ଓ ତତ୍ତ୍ଵ ଉପରେ ଆଲୋଚକମାନେ କଲେ ଆଲୋକପାତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କୋଲକାତା ସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀର ଆଞ୍ଚଳିକ କାର୍ଯ୍ୟାଳୟ ପ୍ରେକ୍ଷାଳୟରେ ଖ୍ୟାତନାମା ସିନେ ବ୍ୟକ୍ତିତ୍ୱ ମୃଣାଳ ସେନ୍ ଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଅତିଥି ପରିଚୟ ଦେଇଥିଲେ ସାହିତ୍ୟ ଏକାଡେମୀର ଆଞ୍ଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ। କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ଚଳଚ୍ଚିତ୍ର ଗବେଷକ ସୋମେଶ୍ୱର ଭୌମିକ। ଆଲୋଚକ ଭାବରେ ଯୋଗ ଦେଇ ମୃଣାଳ ସେନଙ୍କ ଚଳଚ୍ଚିତ୍ରର ନିର୍ମାଣ ଶୈଳୀ, ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ, ସିନେମା ମାଧ୍ୟମରେ ଜନଜୀବନର ସମସ୍ୟା ଉପସ୍ଥାପନର କଳା ଆଦି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ବିଶ୍ଳେଷଣ କରିଥିଲେ ଅନିନ୍ଦ୍ୟ ସେନଗୁପ୍ତ ଏବଂ ଶିଳାଦିତ୍ୟ ସେନ । ଆଲୋଚକମାନେ ମୃଣାଳ ସେନଙ୍କ ଚଳଚ୍ଚିତ୍ରର ବ୍ୟାପ୍ତି ଏବଂ ଅନ୍ତଃନିର୍ହିତ ତତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ସାହିତ୍ୟ ଏକାଡେମୀର ସହକାରୀ ସଂପାଦକ କ୍ଷେତ୍ରବାସୀ ନାଏକ । ଏହି ଆଲୋଚନା ଚକ୍ରରେ ସହରର ବହୁ ବୁଦ୍ଧିଜୀବୀଙ୍କ ସମେତ ଚଳଚ୍ଚିତ୍ର ପ୍ରେମୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.