ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : ଗତ ୨୦ ତାରିଖରୁ ଚାଲିଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ବୋର୍ଡ ପରୀକ୍ଷା ସୋମବାର କୋକସରା ବ୍ଲକରେ ଶାନ୍ତି ଶୃଙ୍ଖଳା ସହ ସରିଛି। ଚଳିତ ବର୍ଷ କୋକସରା ବ୍ଳକର ୯ ଗୋଟି କେନ୍ଦ୍ରରେ ୨୨ ଗୋଟି ଉଚ୍ଚ ବିଦ୍ୟାଳୟର ମୋଟ ୧୫୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ରହିଥିଲା। ସେଥି ମଧ୍ୟରୁ ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟର ୩୨ଜଣ ପରୀକ୍ଷାର୍ଥୀ କୌଣସି କାରଣରୁ ଅନୁପସ୍ଥିତ ରହିଛନ୍ତି। ତେବେ ମୋଟ ୧୫୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଶୃଙ୍ଖଳାର ସହିତ ସମାପନ ହୋଇଥିବାବେଳେ କୌଣସି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାଲ ପ୍ରାକ୍ଟିସ ହୋଇ ନଥିବା ନେଡାଲ ପରୀକ୍ଷା କେନ୍ଦ୍ର ଅଧିକାରୀ ତଥା ଜବାହର ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସୂଚନା ଦେଇଛନ୍ତି।