ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ, ଟଲମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ବିଶ୍ବ। ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁବାବୁ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ଆଜି ହେଉଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ। ଓଡ଼ିଶାର ଗର୍ବ, ଗରିମା ଓ ସ୍ବାଭିମାନର ସ୍ବାକ୍ଷର ଆଙ୍କିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ୧୯୧୬ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ-୮୧ ବର୍ଷର ଜୀବନ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥୂଲା କର୍ମମୟ, ଦୁଦ୍ଧର୍ଷ ପାଇଲଟ୍, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା,ସ୍ବାଭିମାନୀ, ସୃଷ୍ଟବାଦୀ, ନିଭୀକ ବ୍ୟକ୍ତିତ୍ବର ଅଧୂକାରୀ ଥିଲେ। ଏହି ସର୍ବମାନ୍ୟ ନେତା ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଅନେକ ବିଶେଷଣରେ ଭୂଷିତ ବିଜୁବାବୁ ୧୯୧୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଆଜି କଲମପୁର କଲ୍ୟାଣ ମଣ୍ଡପରେ କଲମପୁର ବ୍ଲକ ବିଜେଡି ଦଳ ତରଫରୁ ପାଲିତ ହୋଇଯାଇଛି। କଲମପୁର ବ୍ଲକ ବିଜେଡି ସଭାପତି ଅଭିମନ୍ୟୁ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ନିର୍ବାଚନ ମଣ୍ତଳୀ ର ସଭାପତି ମାନସ ରଞ୍ଜନ ବାଗ ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରି ତାଙ୍କର ସୃତି ଚାରଣ କରିଥିଲେ। ଉକ୍ତ ଜୟନ୍ତୀ ଉତ୍ସବ ରେ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ଓ ଦୁହିତା ମାଝୀ, ଜିଲ୍ଲା ସଧାରଣ ସମ୍ପାଦକ ନବୀନ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ, ମହିଳା ସଭାନେତ୍ରୀ ମାଧୁଛନ୍ଦା ଭଞ୍ଜ, ଛାତ୍ର ସଭାପତି ମିଲିନ୍ ପାତ୍ର, ମାଇନୋରିଟି ସେଲ ସଭାପତି ସୟଦ ଅମିର ଅଲ୍ଲୀ, କଲମପୁର ସମିତି ସଭ୍ୟା ପ୍ରତିନିଧି ଘନଶ୍ୟାମ ନାଏକ, ଅଜିତ ନିମୁଲିଆ, ସୁବାସ ହଂସ, ରାହାସ ରାଉତ, ବିଜୟ ପ୍ରଧାନୀଙ୍କ ସମେତ ଉଭୟ ବ୍ଲକ ଓ ପଂଚାୟତର ଦଳୀୟ କର୍ମକର୍ତ୍ତା ମାନେ ମଧ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ। ଆଜି ବିଜୁବାବୁଙ୍କ ଜୟନ୍ତୀ ଅବସରରେ କଲମପୁର ବ୍ଲକ ବିଜେଡି ଦଳ ତରଫରୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।