ମେରା ପହେଲା ଭୋଟ ଦେଶକେ ଲିୟେ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ସରକାରଙ୍କ ଏହି ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ତଥା ମହା ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାୟକ ନବାଗତ ମତଦାତା ମାନଙ୍କର ଭୋଟ ଦେବା ଅଧିକାର ସଂପର୍କରେ ଆଲୋକପାତ କରିଥିଲେ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ସମସ୍ତ ଏନଏସଏସ ସ୍ଵେଚ୍ଛାସେବୀ ଏବଂ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ଭୋଟ ଦେବା ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର, ୧୮ ବର୍ଷର ଯୁବକ ଶିଶୁ ନୁହେଁ,ସେ କଞ୍ଚା ନୁହେଁ,ସେ ଭବିଷ୍ୟତର ନେତାଙ୍କୁ ବାଛିବାରେ ସକ୍ଷମ। ସମସ୍ତ ଦିବ୍ୟାଙ୍ଗ ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିପାରିବେ। ନିର୍ଭୟ ଏବଂ ସ୍ବାଧୀନ ଭାବରେ ନିଜର ମତଦାନ ରଖିବାକୁ ଆହ୍ୱାନ କରିଥିଲେ। ଅଧ୍ୟାପକ ରମେଶ ଚନ୍ଦ୍ର ଘଡେ଼ଇ, ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଏବଂ କଲେଜର ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।





