ଷ୍ଟାର ହେଲଥ ଇନସ୍ୟୁରାନ୍ସ ବାଲେଶ୍ଵର ଶାଖା ପକ୍ଷରୁ ମହିଳା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଷ୍ଟାର ହେଲଥ ଇନସ୍ୟୁରାନ୍ସ ବାଲେଶ୍ଵର ଶାଖା ପକ୍ଷରୁ ମହିଳା ଦିବସ ପାଳିତ ହୋଇଯାଇଛି ।  ବାଲେଶ୍ଵର ଜିଲ୍ଲାର ଶାଖା ପରିଚାଳକ ଦିବ୍ୟେନ୍ଦୁ କୁମାର ଗୁପ୍ତାଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଣତି ମହାପାତ୍ର ସ୍ବାଗତ ସମ୍ଭାଷଣ ମାଧ୍ୟମରେ ମହିଳା ଦିବସର ତାତ୍ପର୍ଯ୍ୟ, ସାମାଜିକ ତଥା ପାରିବାରିକ ଜୀବନରେ ମହିଳା ମାନଙ୍କର ଭୂମିକା ଏବଂ ବିଭିନ୍ନ କର୍ମକ୍ଷେତ୍ରରେ ମହିଳା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବିଭାଷଣ ପ୍ରଦାନ କରିଥିଲେ ।  ଅଲିଭା ପ୍ରିୟଦର୍ଶିନୀ ଦାଶଙ୍କ ସମେତ ଉପସ୍ଥିତ ମହିଳାମାନେ ମଧ୍ୟ ନିଜସ୍ଵ ବକ୍ତବ୍ୟ ମାଧ୍ୟମରେ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଷ୍ଟାର ହେଲଥ ଇନସ୍ୟୁରାନ୍ସ ବାଲେଶ୍ଵର ଶାଖା ପକ୍ଷରୁ ଶାଖା ପରିଚାଳକ  ଦିବ୍ୟେନ୍ଦୁ ଗୁପ୍ତା ଆମନ୍ତ୍ରିତ ମହିଳାମାନଙ୍କୁ ଉପହାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେଲସ୍ ମ୍ୟାନେଜର ମନୋଜ ମହାପାତ୍ର, ହିମାଂଶୁ ଶେଖର ପାଣିଗ୍ରାହୀ, ପ୍ରଣତି ମହାପାତ୍ର,  ରଶ୍ମିତା ପରିଡ଼ା, ପ୍ରଦୀପ କୁମାର ସାହୁ, କାଦମ୍ବିନୀ ଭୂୟାଁ ଏବଂ ଟିମ୍ ଅପରେଟର ମାଣିକ ରାଉତ, ଶଶି ରଞ୍ଜନ ବିଶ୍ବାଳ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ପରିଶେଷରେ ଚିନ୍ମୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.