ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଚାଷ ଜମିକୁ ଜଜ ସେଚନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଛନ୍ତି l ତେବେ କେତେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଠିକାଦାର ପୋଷା ନିତି ଯୋଗୁଁ ସରକାରଙ୍କ ଏହି ମହତକାଂକ୍ଷୀ ଯୋଜନା ବାଟବଣା ହେବାରେ ଲାଗିଛି । ଏପରି ଏକ ଚିତ୍ର ଆସି ପହଞ୍ଚିଛି ସଇଁତଲା ବ୍ଲକ କେରମେଲି ପଞ୍ଚାୟତ ବନାରସ ଗାଁରୁ । ବନାରସ ଗାଁରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଦ୍ବାରା ଏକ ଚେକ ଡେମ ନିର୍ମାଣ କରିବା ପାଇଁ ଯୋଜନା ଆରମ୍ଭ କରାଯାଇ ୪୨ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି l ଏହି ପ୍ରକଳ୍ପରେ ସୂଚନା ଫଳକ ଲାଗି ନ ଥିବାରୁ ଦେଖାଦେଇଛି |ଉକ୍ତ ଡେମ ନିର୍ମାଣ କାର୍ଯ୍ୟ ପାଇଁ ଟିଟିଲାଗଡ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଦ୍ବାରା ଟେଣ୍ଡର ପାଇଁ ଆହ୍ଵାନ କରାଯାଇଥିଲା । ପରେ ଠିକାଦାର ଜଣଙ୍କୁ ଏହି ପ୍ରକଳ୍ପ କାମ କରିବା ପାଇଁ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାରବାର ଯୋଗୁଁ ଦୀର୍ଘ ୨ ବର୍ଷ ହେଲା ପ୍ରକଳ୍ପ କାର୍ଯ୍ୟଟି ଆଗେଇ ପାରୁନାହଁ l ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି l ଏହି କାର୍ଯ୍ୟ ଆରମ୍ଭ ସମୟରୁ ଯେଉଁ କମ୍ପାନୀ ଲୁହାରଡ଼ ବ୍ୟବହାର ହେବା କଥା ତାହା ନ ହୋଇ ଅତି ନିମ୍ନମାନର ଲୁହା ରଡ଼ ବ୍ୟବହାର କରାଯାଉଥୁବା ବେଳେ ମୋଟା ରଡ଼ ବଦଳରେ ପତଳା ରଡ଼ ଲଗାଉଥିବା ଅଭିଯୋଗ ହେଉଛି l ଏପରିକି ଏସଟିମେଟରେ କିଛି ନିର୍ଦ୍ଧିଷ୍ଟ କମ୍ପାନୀର ସିମେଣ୍ଟ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ତାହା ବ୍ୟବହାର ନ କରି ନିମ୍ନମାନର ସିମେଣ୍ଟ ବ୍ୟବହାର କରୁଥିବା ଅଭିଯୋଗ ହେଉଛି l ଏହା ସହିତ ନିର୍ମାଣ ହେଉଥିବା ଚେକ ଡେମରେ ପାଣି ଠିକ ଭାବରେ ଦେଉ ନ ଥିବାରୁ ଡେମଟି ଫାଟି ଆଁ କରିଛି । ନିମ୍ନମାନର କାମକୁ ନେଇ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ଲୋକ ପ୍ରତିନିଧି ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା ବେଖାତିର ମନୋଭାବ ଯୋଗୁଁ ଭାବେ ବିଭାଗୀୟ ଅଧିକାରୀଙ୍କ ମିଳିତ ଭଗତରେ ନିମ୍ନମାନର କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି l କାମ ଚାଲିଥିବା ସମୟରେ ବିଭାଗୀୟ ଅଧିକାରୀଙ୍କ ଦେଖା ଦର୍ଶନ ମିଳୁନାହିଁ । ଚେକ ଡ୍ୟାମ ଟି ଯେତେ ଓସାରିଆ ହେବା କଥା ସେତେ ନ ହୋଇ କମ ହୋଇଥିବା ଅଭିଯୋଗ ହୋଇଛି |ବର୍ଷା ଆରମ୍ଭ ପୂର୍ବରୁ ବିଲ୍ କରିବା ପାଇଁ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକ ପ୍ରତିନିଧି ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜଳସମ୍ପଦ ମନ୍ତ୍ରୀଙ୍କ ଅଞ୍ଚଳରେ ଏହିପରି ନିମ୍ନମାନର ଚେକ ଡ୍ୟାମ ନିର୍ମାଣ ହେଉଥିବା ନେଇ ଲୋକଙ୍କ ମନରେ ନାନା ପ୍ରକାରର ଦ୍ୱନ୍ଦ୍ୱ ଦେଖାଦେଇଛି | ଉକ୍ତ ନିର୍ମାଣ ସ୍ଥଳରେ କୋଣସି ବିଭାଗୀୟ ଅଧିକାରୀ ମାନଙ୍କ ଦେଖା ଦର୍ଶନ ମିଳୁ ନ ଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି lଏ ନେଇ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଠିକାଦାରଙ୍କୁ ଘଣ୍ଟଘୋଡାଉଥିବା ଯୋଗୁଁ ଏଭଳି ନିମ୍ନମାନର କାର୍ଯ୍ୟ ଚାଲିଛି ବୋଲି ଗ୍ରାମବାସୀ ତଥା ସ୍ଥାନୀୟ ସରପଞ୍ଚ ଅଶୋକ ସାହୁ ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ଯନ୍ତ୍ରୀ ସଂଜିତା ମିଞ୍ଜଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନ ଥିଲେ l ଏଣୁ ଏ ଦିଗରେ ପ୍ରଶାସନ ହସ୍ତକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l