କଳାହାଣ୍ଡି,୨୪/୬,(ହେମନ୍ତ ସାହୁ) : ମ.ରାମପୁର ସହରରେ କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କର ଦୁଇଟି ଏଟିଏମ ରହିଥିବାବେଳେ ମାସର ପ୍ରାୟ ସମୟ ସବୁ ଏଟିଏମ୍ ଚାଲୁନଥିବାରୁ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ବସଷ୍ଟାଣ୍ଡ ପାଖ ଏଟିଏମ କାମ କରୁନଥିବାବେଳେ ବ୍ୟାଙ୍କ ପାଖରେ ଥିବା ଦୁଇଟି ମେସିନ ମଧ୍ୟରୁ ଗୋଟିଏ ମେସିନରୁ ହିଁ ଟଙ୍କା ଉଠାଣ କାମ ହେଇପାରୁଛି ଫଳରେ ଗ୍ରାହକମାନଙ୍କ ଲମ୍ବାଧାଡ଼ି ସବୁସମୟରେ ଦେଖିବାକୁ ମିଳୁଛି । ଏଥିପ୍ରତି ବିଭାଗ ଦୃଷ୍ଟି ଦେବାସହ ସମସ୍ତ ଏଟିଏମକୁ ସବୁବେଳେ କାର୍ଯ୍ୟକ୍ଷମ ରଖିବାକୁ ଦାବୀ ହେଉଛି ।
For latest news & updates, click on bell button and subscribe to notifications.
Like us on Facebook👇