‘କେନ୍ଦ୍ର ତଥା ରାଜ୍ୟ ନେତୃବୃନ୍ଦ ନିଷ୍ପତି ନ ନେଲେ ଆଗାମୀ ଦିନରେ କଠୋର ନିଷ୍ପତ୍ତି ନିଆଯିବ’

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସବର ବ୍ଲକ ସାରାବଙ୍ଗ ପଂଚାୟତ ଭଏଁସମୁଣ୍ଡି ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ବିଜେପିର ଅସନ୍ତୁଷ୍ଟ କର୍ମୀଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢୀଙ୍କ ନେତୃତ୍ବରେ ଶତାଧିକ ଭାଜପା କର୍ମକର୍ତା ଏଥିରେ ସାମିଲ ହୋଇଥିଲେ। ଆମେ ଦେଇଥିବା ବାବିପତ୍ର ଉପରେ କେନ୍ଦ୍ର ତଥା ରାଜ୍ୟ ନେତୃବୃନ୍ଦ କ’ଣ ବିଚାର କରୁଛନ୍ତି। ତାହାର କୌଣସି ନିଷ୍ପତି ନ ନେଲେ ଆଗାମୀ ଦିନରେ ବିଚାର କରାଯାଇ କଠୋର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ଦଳରେ ଅନେକ ଆଶାୟୀ ପ୍ରାର୍ଥୀ ରହିଥିଲେ। ୩ ପ୍ରମୁଖ ଦଳରେ ପ୍ରାର୍ଥୀ ଘୋଷଣା ହେଲା ପରେ ଅଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ଲାଗି ରହିଛି। ଟିକେଟ ପାଇନଥିବା ଅସନ୍ତୁଷ୍ଟ ନେତାମାନେ ନିଜର ସମର୍ଥକ ମାନଙ୍କୁ ନେଇ ସଭା ସମିତିମାନ କରି ପ୍ରାର୍ଥୀଙ୍କୁ ବିରୋଧ କରିବାରେ ଲାଗିଛନ୍ତି। ଭାଜପା ଦଳରେ ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ପ୍ରସନ୍ନ ପାଢୀ ଓ ଯଦୁମଣି ପାଣିଗ୍ରାହୀ ଟିକେଟ ଦୌଡ଼ରେ ରହିଥିଲେ। ଯେତେବେଳେ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ ଭାବରେ ଘୋଷଣା କଲା ପରେ ଅଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗତ ୩ ତାରିଖ ବୁଧବାର ଦିନ ଭାଜପା ପ୍ରାର୍ଥୀ ଅଭିନନ୍ଦନଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଦେବା ପାଇଁ ଏକ ସଭା ଆୟୋଜନ କରା ଯାଇଥିଲା। ଆଶାୟୀ ପ୍ରାର୍ଥୀ ବିରୋଧ କରି କୋମନା ବ୍ଲକ କୁରୁମପୁରି ଫଚାୟତ ଘାଟିପଡା ସାଇ କଲେଜ ଠାରେ ଏକ ପ୍ରତିବାଦ ସଭା କରି ଅଭିନନ୍ଦନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଭୂବନେଶ୍ବର ଯାଇ ଭାଜପା ମୁଖପାତ୍ରଙ୍କୁ ସାକ୍ଷାତ କରି ବିରୋଧ କରିବୁ ବୋଲି ନିଷ୍ପତି ନେଇଥିଲେ। ଭାଜପା ଅସନ୍ତୋଷ ଦଳ ଶତାଧିକ ସମର୍ଥକଙ୍କ ସହ ଭୂବନେଶ୍ବର ଯାଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସାକ୍ଷାତ କରି ଦୀର୍ଘ ସମୟ ଆଲୋଚନା କରିଥିଲେ। ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥୀ ପରିବର୍ତନ ପାଇଁ ରାଷ୍ଟ୍ରୀୟ ନେତୃତ୍ବଙ୍କୁ ଲିଖିତ ଜଣାଇବେ ବୋଲି ପ୍ରତିଶୃତି ଦେଇଥିବା ସୂଚନା ରହିଛି। ନୂଆପଡାରେ ପରିବାରବାଦ ରାଜନୀତିରୁ ଊଦ୍ଧରେ ଯୋଗ୍ୟ ତଥା ବିଜୟ ସମ୍ଭାବନା ପ୍ରାର୍ଥୀଙ୍କୁ ଟିକଟ ଦିଆଯାଇ, ପ୍ରାର୍ଥୀତ୍ବକୁ ପରିବର୍ତନ କରି ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ନେତୃବୃନ୍ଦ ପୁନର୍ବିଚାର କରିବା ପାଇଁ ଶ୍ରୀ ପ୍ରସନ୍ନ ପାଢୀ ଦାବୀ କରିଥିଲେ। ନୂଆପଡା ନିର୍ବାଚନ ମଣ୍ଡଳୀରେ ଦୂର୍ବଳ ପ୍ରାର୍ଥୀ ଦେଲ ବିଜୟ ସହ ଟକ୍ଟର କରି ପାରିବ ନାହିଁ। ଏହାର ପ୍ରଭାବ ଲୋକସଭା ନିର୍ବାଚନରେ ପଢିବ ବୋଲି ପାଣିଗ୍ରାହୀ ଅଭିଯୋଗ କରିଥିଲେ। ଆମର ଦାବି ଉପରେ କେନ୍ଦ୍ର ତଥା ରାଜ୍ୟ ନେତୃବୃନ୍ଦ କଣ ନିଷ୍ପତି ନେଉଛନ୍ତି। ତାହାକୁ ଅପେକ୍ଷାରେ ରହିଛୁ। ଯଦି କୌଣସି ନିଷ୍ପତି ନ ତେଲେ ଆଗାମୀ ଦିନରେ କଠୋର ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.