ଦୀର୍ଘଦିନ ହେବ ସୌର ପ୍ରକଳ୍ପ ଅଚଳ: କରଡାପାସରେ ପାନୀୟଜଳ ସଂକଟ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ପ୍ରତ୍ୟେକ ଜନବସତିରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ଅଧିନ କରଡାପାସ ଗାଁରେ ପାନୀୟଜଳ ଯୋଗାଇବା ପାଇଁ ସ୍ଥାପିତ ସୌର ପ୍ରକଳ୍ପ ଦୀର୍ଘ ଦିନ ହେବ ଅଚଳ ହୋଇ ପଡିରହିଛି। ଫଳରେ ପ୍ରାୟ ୩୦ ପରିବାର ପାଇଁ ଦେଖାଦେଇଛି ପାନୀୟଜଳ ସମସ୍ୟା।ନିକଟସ୍ଥ ବିଦ୍ୟାଳୟ ପାଇଁ ମଧ୍ୟ ବଡ ସମସ୍ୟା ସୃଷ୍ଟି ହେଇଛି। ପାଖରେ ଏକ ବୋର୍ ଓ୍ବେଲ୍ ଖୋଳି ମଧ୍ୟ ଅନେକ ଦିନ ବିତିସାରିଛି ହେଲେ ତାହାକୁ ବ୍ୟବହାର କରାଯିବା ନିମନ୍ତେ କୌଣସି ବ୍ୟବସ୍ଥା ହେଇପାରିନି।ଗୋଟିଏ ପଟରେ ଖରାର ପ୍ରକୋପ ବଢି ଚାଲିଥିବା ବେଳେ ବ୍ୟବହାର ପାଇଁ ପାନୀୟଜଳର ଘୋର ସଂକଟ ଦେଖାଦେଇଛି। ଏହାର ମରାମତି ପାଇଁ ସରପଞ୍ଚ, ସମିତି ସଭ୍ୟଙ୍କ ପରି ଜନପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଆଜିଯାଏ ଏହା ମରାମତି ନହେବା ବାସ୍ତବରେ ପରିତାପର ବିଷୟ।ପ୍ରଶାସନ ତୁରନ୍ତ ସୌର ପ୍ରକଳ୍ପ ମରାମତି କରି ପାନୀୟଜଳ ସମସ୍ୟା ଦୂର କରନ୍ତୁ ବୋଲି ପଡାବାସୀ ଦାବି ରଖିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.