କୋକସରା,୨୪/୬, କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧିନସ୍ତ ମହିମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟିଗୁଡା ଠାରେ ଟ୍ରାକ୍ଟରରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଇଟା ବେଝେଇକରି ଆସୁଥିବାବେଳେ ଟ୍ରାକ୍ଟର ହେଡରେ ବସିଥିବା ଶ୍ରମିକ ମହେଶ୍ୱର ପଟେଲ (୨୭) ଭାରସାମ୍ୟ ହରାଇ ପଡିଯିବା ଫଳରେ ପଛପଟ ଟ୍ରାକ୍ଟର ଚକ ମାଡିଯିବାରୁ ଘଟଣା ସ୍ଥଲରେ ସେ ପ୍ରାଣ ହରେଇଥିଲେ । ଖବର ପାଇ ଆମପାଣି ପୋଳିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ଏନେଇ ଆମପାଣି ଥାନା କେସ୍ ନଂ- ୪୨/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଏ.ଏସ୍.ଆଇ ଝଜନେଶ୍ୱର ନାଏକ ସୁଚନା ଦେଇଛନ୍ତି ।
କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in