ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଆଗାମୀ ସାଧାରଣ ନିର୍ବାଚନକୁ କିପରି ଅବାଧ,ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯିବ ସେନେଇ ପୋଲିସ ପ୍ରଶାସନ ଏବଂ ସୁରକ୍ଷା କର୍ମୀ ମାନଙ୍କ ପ୍ରସ୍ତୁତି ଚାଲିଛି।ଏହି ଅବସରରେ ରବିବାର ଥୁଆମୂଳ ରାମପୁର ଥାନା ପକ୍ଷରୁ ମହୁଲପାଟଣା ଠାରେ ଫ୍ଲାଗ ମାର୍ଚ କରାଯାଇଛି। ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍ ଙ୍କ ନେତୃତ୍ୱରେ ଥୁଆମୂଳ ରାମପୁର ପୋଲିସ, ସି.ଆର୍.ପି.ଏଫ ବି/ ୧୨ ବିଏନ୍ ବାଟାଲିୟନ ଏବଂ ଆଇ.ଆର୍.ବି ଯବାନଙ୍କ ମିଳିତ ଆନୁକୂଲ୍ୟରେ ଏହି ଫ୍ଲାଗ ମାର୍ଚ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ, କୌଣସି ଅସାମାଜିକ କାର୍ଯ୍ୟକଳାପ ଭଳି ଅପ୍ରୀତିକର ପରିସ୍ଥିତି ରୁ ନିବୃତ୍ତ ରହି ନିର୍ଭୀକ ଭାବେ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗ ମାର୍ଚ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ସି.ଆର୍.ପି.ଏଫ୍ କମାଣ୍ଡାଣ୍ଟ,ଥୁଆମୂଳ ରାମପୁର ଥାନା ଏ.ଏସ୍.ଆଇ ବଳରାମ ଜାନୀ ଏବଂ ମହୁଲପାଟଣା ଫାଣ୍ଡି ଅଧିକାରୀ ଭୀମସେନ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହିଥିଲେ।