ଲାଞ୍ଜିଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ  ପ୍ରଚାର କରିବା ସହ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳି‌ଛି। ସୋମବାର ସେ କୁଚା ଗାଁ ପଞ୍ଚାୟତର କର୍ମେଲି ଠାରୁ ପ୍ରଚାର ଆରମ୍ଭ କରି ବୁଟିଗୁଡା, ଧୁଟିଗୁଡା, ମାଲଗୁଣ୍ଡି, କୁଚା ଗାଁ, ଘୁଚାଗୁଡ ଆଦି ବିଭିନ୍ନ ଗ୍ରାମରେ ନିଜର ଦଳୀୟ କର୍ମୀଙ୍କ ଗହଣରେ ରୋଡ ଶୋ କରିବା ସହ ବିଭିନ୍ନ ସ୍ଥାନରେ ବୈଠକ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଶ୍ରୀ ଦିଶାରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଜନସାଧାରଣଙ୍କୁ ଅବଗତ କରିବା ସହିତ ଭୋଟ ଭିକ୍ଷା କରିଥିଲେ। ପ୍ରଚାର ସମୟରେ ଜୟପାଟଣା ବ୍ଲକ ବିଜେଡ଼ି ସଭାପତି ମିନକେତନ ପୁଝାରୀ, ବିଜେଡି ଜୋନ୍ ସଭାପତି ତଥା ବରିଷ୍ଠ ନେତା ସତ୍ୟନାରାୟଣ ଅଗ୍ରୱାଲ, କୁଚା ଗାଁ ଗ୍ରାମ ପଞ୍ଚାୟତ ସଭାପତି ନବୀନ ଦାସ, ଜୟପାଟଣା ବ୍ଲକ ବିଜେଡି ସଭାନେତ୍ରୀ ପଙ୍କଜିନୀ ପଟ୍ଟନାୟକ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପସଭାପତି ସ୍ବର୍ଣ୍ଣ ଚମ୍ପା ମାଝୀ, ବିଘ୍ନରାଜ ପଣ୍ଡା, ଗଣେଶ ବାଗ ସମେତ ଶହଶହ କର୍ମୀ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.