ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ପୁଣି ଧାରଣ ଦେଲା ଓକିଲ ସଂଘ

ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ତହସିଲ ଓ କୋର୍ଟ  – ଓକିଲ ସଂଘ

ବଲାଙ୍ଗୀର,୨୫/୬ : ବଲାଂଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ଓକିଲ ସଂଘ । ଯେଉଁଥିରେ କୋର୍ଟ ଏବଂ ତହସିଲ କାର୍ଯ୍ୟାଳୟ ସହ ଜିଲ୍ଲାପାଳଙ୍କ କାର୍ଯ୍ୟଲୟ ସମୂର୍ଣ୍ଣ ଭାବେ ବନ୍ଧ ରହିଛି। ତେବେ ଗୋଟିଏ ବର୍ଷର ଆନ୍ଦୋଳନ ଦାବି ସହ ପୁଣି ତେଜିଛି ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ। ଯେଉଁଥିରେ ବଲାଙ୍ଗୀର ଓକିଲ ସଂଘ ସିଧାସଳଖ ଦାବି ରଖିଛି। ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜୋର ଧରିବ ଏବଂ ସେଥିରେ ମଧ୍ୟ ଯଦି ସରକାର ଙ୍କ ଟାଳଟୁଳ ନୀତି ରହେ ତେବେ ଆସନ୍ତା ୫ତାରିଖ ବିଧାନସଭା ପରିସରରେ ଜିଲ୍ଲାର ସବୁ ଓକିଲ ସଂଘ ରାଜରାସ୍ତାରେ ଧାରଣା ଦେବ। ଏହାକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ୟଳୟ ସମ୍ମୁଖରେ ବଲାଙ୍ଗୀର ଓକିଲ ସଂଘ ଧାରଣା ଦେଇଛି। ତେବେ ଦୀର୍ଘ ଦିନରୁ ବଲାଙ୍ଗୀର ରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନା କୁ ନେଇ ବିଭିନ୍ନ ସଂଘଠନ, ସଂସ୍ଥା, ତଥା ଅନୁଷ୍ଠାନ, ଓ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକ ଆନ୍ଦୋଳନ କରି ଆସୁଥଲେ । ଯାହା ୬ମାସ ଧରି ଚାଲିଥିଲା। ଏବଂ ସହର ମଧ୍ୟରେ ଉତ୍ତେଜନା ଲାଗିବା ସହ ବଲାଙ୍ଗୀର ରେ ୨୪ଘଣ୍ଟିଆ ଅଖ, ଚକ,ସହ ବଲାଙ୍ଗୀର ବନ୍ଧ ଆନ୍ଦୋଳନ କରିଥିଲେ। ସେହିପରି ପୁଣି ବଲାଙ୍ଗୀର ଓକିଲ ସଂଘ ତିନି ଦିନ ଧରି ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଧ ଆନ୍ଦୋଳନ ଡାକରା ଦେଇ ଏବେ ଆସନ୍ତା ୩୦ତାରିଖ ପ୍ରଯନ୍ତ ଏହାର ସମୟସୀମା ବଢ଼ାଇଛି। ଯେଉଁଥିରେ ଜିଲ୍ଲାପାଳଙ୍କ କାର୍ୟଳୟ ଓ ତହସିଲ ଅଫିସ ବନ୍ଧ ରହିବ ବୋଲି ଓକିଲ ସଂଘ ର ସଭାପତି ପ୍ରମୋଦ ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ ତିନି ଦିନିଆ କାର୍ଯ୍ୟ ବନ୍ଧ ଆନ୍ଦୋଳନରେ ବଲାଙ୍ଗୀର ଜିଲ୍ଲାର ଓକିଲ ସଂଘ ଏହି ଡାକରା ଦେଇଥିବା ବେଳେ ସମସ୍ତ ଓକିଲ ସମର୍ଥନ ଜଣାଇଛନ୍ତି। ଯଦି ଆଗାମୀ ଦିନରେ ପୁନଃ ହାଇକୋର୍ଟ ବଲାଙ୍ଗୀର ରେ ସ୍ଥାପନ ନ ହୁଏ କି ସରକାର ଏହା ଉପରେ ଦୃଷ୍ଟି ଆକର୍ଷଣ ନ କରନ୍ତି ତା ହେଲେ ସହର ମଧ୍ୟରେ ନିଆଁ ଜଳିବ ବୋଲି ଓକିଲ ସଂଘ ଚେତାବନୀ ଦେଇଛି।

ବଲାଙ୍ଗୀରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.