ବିଶ୍ଵନାଥପୁରଠାରେ ବିଜେପିର ନିର୍ବାଚନୀ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଲାଞ୍ଜିଗଡ଼ ନିର୍ବାଚନରେ ରାଜନୀତି ଉଷ୍ମତା ସେହି ପରିମାଣରେ ବଢ଼ିବାରେ ଲାଗିଛି। ଏହି ନିର୍ବାଚନ ମଣ୍ଡଳୀରେ ବିଜେପି, ବିଜେଡ଼ି, କଂଗ୍ରେସ ବିଜୟ ହାସଲ ପାଇଁ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ତଥା ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଭାରତୀୟ ଜନତା ପାର୍ଟିର ପଥପ୍ରାନ୍ତ ନିର୍ବାଚନୀ ସଭାରେ ଯୋଗଦେଇ କର୍ମୀ ଓ ଜନସାଧାରଣଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ମନ୍ତ୍ରୀ ଟୁଡୁ ଓ ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ, ଭୁବନେଶ୍ୱରରୁ ଆକାଶ ମାର୍ଗରେ ଆସି ବିଶ୍ୱନାଥପୁର ସ୍ଥିତ ମାଁ ହୀରାନିଳା କଲେଜ ପଡ଼ିଆ ପରିସରରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତା ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ସେ ସଡ଼କ ପଥରେ ଯାଇ ଷ୍ଟେଟବ୍ୟାଙ୍କ ପରିସର ଆମ୍ବତୋଟାରେ ଆୟୋଜିତ ନିର୍ବାଚନି ସଭାରେ ଯୋଗ ଦେଇଥିଲେ। ବିଶ୍ୱନାଥପୁର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା ଉପରେ ଭୋଟରଙ୍କୁ କହିବା ସହ ସାଂସଦ ପ୍ରାର୍ଥୀ ମାଳବିକା କେଶରୀ ଦେଓ ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ରମେଶ ମାଝୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। ବିଶ୍ୱନାଥପୁର ବ୍ୟାଙ୍କ ପରିସରରେ ଆୟୋଜିତ ଏହି ନିର୍ବାଚନୀ ସଭାରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ୧୦ ବର୍ଷର ମୋଦି ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ମାଳମାଳ ଯୋଜନା ପଠାଉଛି ହେଲେ ରାଜ୍ୟ ସରକାର ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇପାରୁ ନାହାନ୍ତି। ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ଡବଲ ଇଞ୍ଜିନ ସରକାର ଆବଶ୍ୟକ। ଭାଜପା କ୍ଷମତାକୁ ଆସିଲେ ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କା ସହ ବୋନସ, ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମାସିକ ଏକ ହଜାର ଟଙ୍କା, ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ, ୩ଶହ ୟୁନିଟ ବିଜୁଳି ପ୍ରତି ପରିବାରକୁ ମାଗଣାରେ ଚାଉଳ, ବେକାର ଯୁବକ ଓ ଯୁବତୀଙ୍କୁ ରୋଜଗାର ଦିଆଯିବ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ବିଜେପି ସାଂସଦ ପ୍ରାର୍ଥୀନୀ ମାଳବିକା କେଶରୀ ଦେଓ, ବିଧାୟକ ପ୍ରାର୍ଥୀ ରମେଶ ମାଝୀଙ୍କ ସମେତ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ସିଂଦେଓ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଉପସଭାପତି ସନ୍ତୋଷ ଦାସ, ବ୍ଲକ ସଭାପତି ଶୁକ୍ରୁ ମାଝୀ, ନୀଳାଞ୍ଚଳ ବିଭାର, ଲାଞ୍ଜିଗଡ଼ ମଣ୍ଡଳ ବରିଷ୍ଟ ନେତା ଲକ୍ଷ୍ମୀଧର ସନ୍ତୋଷ ରାୟ, ଭାଗିରଥି ଧଙ୍ଗଡ଼ାମାଝୀ, ମିଳନ ମହାପାତ୍ର, ଦେବ ପଟେଲ, ଜୟାନ୍ତ ଶିଖା, ସୁରେନ୍ଦ୍ର ବେନାଲ, ନରେନ୍ଦ୍ର ବେହେରା, ତ୍ରିନାଥ ପାତ୍ର, ଅନ୍ତ ପ୍ରଧାନୀ, ତୁଳସୀ ମାଝୀ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ। ଏଥିରେ ବିଜେଡ଼ି ଓ କଂଗ୍ରେସର ୧୦୦ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିବା ବେଳେ ୨୬ ଗୋଟି ପଞ୍ଚାୟତରୁ ଏକ ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.