ଯୋରାଡବରାଠାରେ ବିଜେପିର ନିର୍ବାଚନୀ ସଭା

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ/ ଲିଙ୍ଗରାଜ ମିଶ୍ର): କେନ୍ଦ୍ର ଆଦିବାସୀ ବ୍ୟାପାର ତଥା ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନର୍ଲା ନିର୍ବାଚନ ମଣ୍ଡଳୀର ଯୋରାଡବରା ଠାରେ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବା ସହ କର୍ମୀମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ମନ୍ତ୍ରୀ ଟୁଡୁ ଓ ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ କର୍ଲାମୁଣ୍ଡା ବ୍ଲକ ସ୍ଥିତ ଯୋରାଡବରା ଖେଳ ପଡ଼ିଆ ଠାରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତା ତାଙ୍କୁ ସ୍ବାଗତ କରିଥିଲେ। ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା ଉପରେ ଭୋଟରଙ୍କୁ କହିବା ସହ ସାଂସଦ ପ୍ରାର୍ଥୀ ମାଲବିକା ସିଂଦେଓ ଏବଂ ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। ଆୟୋଜିତ ଏହି ନିର୍ବାଚନୀ ସଭାରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ୧୦ ବର୍ଷର ମୋଦି ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ମାଳମାଳ ଯୋଜନା ପଠାଉଛି ହେଲେ ରାଜ୍ୟ ସରକାର ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇପାରୁ ନାହାନ୍ତି। ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ। କାର୍ଯ୍ୟକ୍ରମରେ ବିଜେପି ସାଂସଦ ପ୍ରାର୍ଥୀନୀ ମାଳବିକା କେଶରୀ ଦେଓ, ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନଙ୍କ ସମେତ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ, ଯୋରାଡବରା ମଣ୍ଡଳ ପ୍ରଭାରୀ ପଦ୍ମ ଲୋଚନ ମିଶ୍ର, ଯୋରାଡବରା ମଣ୍ଡଳ ସଭାପତି ଦଶରଥ ସାହୁ, କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଂଜୟ ଜୈନ, ରୁପ୍ରା ମଣ୍ଡଳ ସଭାପତି କିର୍ତି ମାହାର, କଶୃପଡା ମଣ୍ଡଳ ସଭାପତି ହେମ ପୁଝାରୀ, ମଦନପୁର ରାମପୁର ମଣ୍ଡଳ ସଭାପତି ପ୍ରତାପ ବାଗ, ସରିଆଁ ମଣ୍ଡଳ ସଭାପତି ସଂଜୟ ମାଝୀ, ମୋହନଗିରି ସରୋଜ ବେହେରା, ନର୍ଲା ପ୍ରଣତୀ ମହାନନ୍ଦ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ବସନ୍ତ କୁମାର ପୁରୋହିତ, ନିର୍ବାଚନ ମଣ୍ଡଳୀ ସଂଯୋଜକ ସରୋଜ ବୁଦ୍ଧିଆ, ବୁଥ୍ ବିଜୟ ଅଭିଯାନ ସଂଯୋଜକ ମନ୍ମୟ ଚାନ୍ଦ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ସାହୁ, ବରିଷ୍ଠ ବିଜେପି ନେତ୍ରୀ ସଂଯୁକ୍ତା ସିଂଦେଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁ, ତୁଣ୍ଡଲା ସରପଞ୍ଚ ସରୋଜ ସେଠ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ପ୍ରମୁଖଙ୍କ ସହ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏଥିରେ ବିଜେଡ଼ି ଓ କଂଗ୍ରେସର ୧୦୦ ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିବା ବେଳେ ୧୨ ଗୋଟି ପଞ୍ଚାୟତରୁ ତିନି ହଜାରରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ଥିଲେ। ନିର୍ବାଚନ ପ୍ରଭାରୀ ବସନ୍ତ ପୁରୋହିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲାବେଳେ ଯୋରାଡବରା ମଣ୍ଡଳ ସଂପାଦକ ଗୋପିନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.