୨୦୨୪ ଶେଷ ପର୍ଯ୍ୟନ୍ତ ବଜରଙ୍ଗ ପୂନିଆଙ୍କୁ ସସପେଣ୍ଡ କଲା ୟୁଡବ୍ଲ୍ୟୁଡବ୍ଲ୍ୟୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦି ୟୁନାଇଟେଡ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଗୁରୁବାର ଭାରତୀୟ ରେସଲର ବଜରଙ୍ଗ ପୂନିଆଙ୍କୁ ସାମୟିକ ଭାବେ ସସପେଣ୍ଡ କରିଛି । ନାଡାର ରିପୋର୍ଟ ପାଇବା ପରେ ଆନ୍ତର୍ଜାତୀୟ ସଂଘ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଲାଗୁ ରହିବ ବୋଲି ଘୋଷଣା କରିଛି । ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ଆଂଟି ଡୋପିଂ ନିୟମରେ ବ୍ୟତିକ୍ରମ କରିଥିଲେ । ବଜରଙ୍ଗଙ୍କୁ ଏ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରୀ କରାଯାଇଛି । ଯଦି ତାଙ୍କ ଉତରରେ ନାଡା ସନ୍ତୋଷ ବ୍ୟକ୍ତ କରେ ତାହାହେଲେ ଦଣ୍ଡାଦେଶ କମିପାରେ । ଯଦି ଏହା ନ ହୁଏ ତେବେ ୨ ବର୍ଷ ପାଇଁ ସେ ବାସନ୍ଦ ହୋଇ ପାରନ୍ତି । ଅଲିମ୍ପିକ କ୍ୱାଲିଫାୟର ପୂର୍ବରୁ ସେ ଡୋପ ନମୂନା ଦେବାକୁ ମନା କରିଥିଲେ । ଏହାର କାରଣରେ ସେ କହିଥିଲେ ତାଙ୍କୁ ଦିଆ ଯାଇଥିବା କିଟର ସମୟସୀମା ଶେଷ ହୋଇ ଯାଇଥିଲା । ବଜରଙ୍ଗଙ୍କ ପ୍ୟାରିସ ଅଲିମ୍ପିକରେ ଅଂଶଗ୍ରହଣ କରିବା ଆଶା କ୍ଷୀଣ ହୋଇଛି । ନାଡା ପ୍ୟାନେଲର ଶୁଣାଣୀ ପରେ ବଜରଙ୍ଗଙ୍କ ଉପରେ ଦଣ୍ଡାଦେଶ ଲାଗୁ ରହିବ କି ନାହିଁ ତାହା ସ୍ପଷ୍ଟ ହେବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.