ଥୁଆମୂଳ ରାମପୁରରେ ‘ସମ୍ପୂର୍ଣ୍ଣତା ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପରିସରରେ ଆକାଂକ୍ଷା ଜିଲ୍ଲା ଓ ଆକାଂକ୍ଷା ବ୍ଲକ (ଏବିପି) କାର୍ଯ୍ୟକ୍ରମ ଭିତ୍ତିରେ ‘ସମ୍ପୂର୍ଣ୍ଣତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଥୁଆମୂଳ ରାମପୁର ପରି ଆଦିବାସୀ ଅଧ୍ୟୁଷିତ ପଛୁଆ ବ୍ଲକରେ ବିକାଶର ୬ଟି ସୂତ୍ର ଗର୍ଭବତୀ ମହିଳାମାନଙ୍କ ପଞ୍ଜିକରଣ, ମଧୁମେହ ରୋଗର ନିଦାନ,ରକ୍ତ ଚାପ ନିଦାନ, ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟର ନିୟମିତକରଣ ,ସ୍ବୟଂ ସହାୟକ ଗୋଷ୍ଠୀର କର୍ପସ ପାଣ୍ଠି ବୃଦ୍ଧି, କୃଷକ ମାନଙ୍କ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମ୍ପର୍କରେ ବିସ୍ତୃତ ଭାବରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଆଲୋଚନା କରି ଥୁଆମୂଳ ରାମପୁର ବ୍ଲକକୁ କିପରି ସୁସ୍ଥ, ସମୃଦ୍ଧ ଓ ଦକ୍ଷତା ସମ୍ପନ୍ନ କରାଯିବ ସେଥିପାଇଁ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ବେଷା ରେଡି, ନୀତି ଆୟୋଗର ମନୁଜ ଯୋଶୀ, ଜିଲ୍ଲା ପ୍ଲାନିଂ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳ ଲୋଚନ ନାଏକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେରେ ଆଲୋକପାତ କରିଥିଲେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନୀତିଶ ଝା, ଜୀବିକା ମିଶନର ସୌମ୍ୟ ମହାପାତ୍ର ଓ ବ୍ଲକ ଶିଶୁ ବିକାଶ ଅଧିକାରୀ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା ପରିଚାଳନା କରିଥିଲେ। ବହୁସଂଖ୍ୟାରେ ବିଭିନ୍ନ ବିଭାଗର କର୍ମଚାରୀ ଓ ମିଶନ ଶକ୍ତିର ମହିଳା, ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ଅଂଶ ଗ୍ରହଣ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.