ତୁମେ ମୋର
ପ୍ରତାପ ମେହେର
ତୁମେ ମୋର ଜୀବନର 
ପ୍ରଥମ ସପନ । 
ତୁମେ ମୋର ଜୀବନର 
ଶେଷ ସ୍ପନ୍ଦନ । 
ତୁମକୁ ଦେଖିଲା ପରେ 
ସବୁଗଲି ଭୁଲି । 
ତୁମ କଥା ଭାବିଭାବି 
କବିତା ଲେଖିଲି । 
ପଢା ଛାଡ଼ି ତୁମ ପାଇଁ 
ଚିଠି ମୁଁ ଲେଖୁଛି । 
ଚିଠି ପଢ଼ି ଚିଠି ଦେବ 
ତୁମ ଅପେକ୍ଷାରେ ଅଛି । 
ଚିଠି ନୁହେଁ ଇଏ ମୋର 
ହୃଦୟ ବେଦନା । 
ଚିଠି ପାଇ ତୁମେ 
ମୋତେ କରିବନି ମନା । 
ତୁମେ ମୋ ଆରମ୍ଭ 
ତୁମେ ହିଁ ଶେଷ । 
ତୁମେ ମନା କଲେ 
ମୁଁ ହୋଇବି ସନ୍ନ୍ୟାସ । 
 
ବେଲାଦୁଲା, ଆଠମଲ୍ଲିକ, ଅନୁଗୋଳ
ମୋ : ୯୫୫୬୬୬୬୩୧୧


 
                                        

 
 
         
 
         
 
         
 
        


