ପୁରୁଷୋତ୍ତମପୁର ତହସିଲରେ ପଶିଲେ ବିଜେପିର ଯୁବଗୋଷ୍ଟି 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ତହସିଲ ଅଫିସିରେ ଜନ ସାଧାରଣଙ୍କ ମୌଳିକ ସୁବିଧା ସହ, ତହସିଲଦାର ଓ ଷ୍ଟାଫଙ୍କ ଉପସ୍ଥିତି ନିମନ୍ତେ ଭାରତୀୟ ଜନତା ପାର୍ଟିର ପୁରୁଷୋତ୍ତମପୁର ଶାଖାର ଯୁବ ଗୋଷ୍ଠିଙ୍କ ନେତୃତ୍ୱ ରେ କିଛି କର୍ମୀ, ନେତା ମାନେ ଅଫିସକୁ ଆସି ତହସିଲଦାର ଲୋପାମୁଦ୍ରା ରଥଙ୍କୁ ଭେଟି ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗକୁ କହିବାକୁ ଆସିଥିଲା ବେଳେ ତହସିଲଦାରଙ୍କ ଅନୁପସ୍ଥିତି ଯୋଗୁଁ ସେମାନେ ନାଜିରଙ୍କ ସହ କଥା ହୋଇ ଲୋକଙ୍କ ବିଭିର୍ଣ୍ଣ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ କହିଥିଲେ | ଶାସକ ଭାରତୀୟ ଜନତା ପାର୍ଟି ର ନେତୃ ବର୍ଗ ବ୍ୟକ୍ତି ମାନେ ତହସିଲଦାର ଙ୍କ ସମେତ,ଅଫିସିର ଅଧିକାଂଶ କର୍ମଚାରୀ ଙ୍କ ଅନୁପସ୍ଥିତି ଦେଖି କ୍ଷବୋ ପ୍ରକାଶ କରିବା ସହ ଲୋକଙ୍କ ଜମିଜମା, ଘରବାଡ଼ି ଓଗ୍ରାମକଣ୍ଠ ପଟ୍ଟା ଆଦି ମୌଳିକ ସୁବିଧା ଠିକ୍ ସମୟରେ ମିଳୁ ନ ଥିବାରୁ ଦୂରଦୂରାନୁରୁ ଆସୁଥିବା ଜନ ସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଲୋକଙ୍କ ଠାରୁ ଶୁଣି ସେମାନେ ଆଜି ତହସିଲ କାର୍ଯ୍ୟାଳୟରେ ପସି ୨୫ବର୍ଷ ଧରି ଯେଉଁ ବିଜେଡି ର ମନମୁଖୀ ଶାସନକୁ ପରିବର୍ତ୍ତନ କରି ଆସିଥିବା ଭାଜପା ସରକାର ଙ୍କ ନୀତିନିୟମ କୁ ମାନି ଲୋକଙ୍କ ହିତ ପାଇଁଶୋଷଣ ମନବୃତ୍ତି ପରିତ୍ୟଗ କରି କାର୍ଯ୍ୟ କରିବାକୁସଦସ୍ୟ ମାନେ କହିଛନ୍ତି |

ଏହି କଥାରେ ସେମାନେ ଯଦି ସଚେତନତା ନହୁଅନ୍ତି ତେବେ ଆଗାମୀ ଦିନରେ ସେମାନଂକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ନେତାମାନେ କହିଛନ୍ତି | ଆଜିର ଏହି କାର୍ଯ୍ୟକ୍ରମ ରେ ନଗର ସଭାପତି କୃଷ୍ଣ ଚନ୍ଦ୍ର ନାୟକ,ଯୁବ ମୋର୍ଚା ସଭାପତିସରୋଜ କୁମାର ପଣ୍ଡା, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାରଣା, ଶେଷଦେବପଣ୍ଡା, ପୂର୍ବତନ ନଗର ସଭାପତି ଟୁକୁନା ବେହେରା, କୃଷ୍ଣଗୌଡ଼, ଦେବ ରାଜ ବେହେରା, ମନୋରଞ୍ଜନ ପାଢ଼ୀ, ଚିତ୍ତ ରଞ୍ଜନ ସାହୁ, ରୁଦ୍ରସେନ ବେହେରା, ରମେଶ ବେହେରା ପ୍ରମୁଖ ବିଜେପିର ସଦସ୍ୟ ମାନେଉପସ୍ଥିତଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.