ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଉଦଯାପିତ, ୬ ଜଣ ଛାତ୍ରଛାତ୍ରୀ ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସହଯୋଗରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆୟୋଜକରେ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ୨୦୨୪-୨୫ ଉଦଯାପିତ ହୋଇଯାଇଛି l ଏଥିରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏହାର ଉଦଯାପନୀ ଉତ୍ସବରେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ରିଚପାଳ ସାଗର ଯୋଗଦାନ କରି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରୀଛାତ୍ରମାନଙ୍କ ଭିତରେ ଆବିଷ୍କାର ହେବା ଭଳି ଅଭିଜ୍ଞାନ ଆହରଣ କରିବାକୁ ମତ ପ୍ରକାଶ କରିଥିଲେ l

Omkar Vasthu
Omkar Vasthu

ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିଆରସିସି ନାରାୟଣ ଭୋଇ, ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ ଓ ସରପଞ୍ଚ ମନୀଷ ସୁନା ପ୍ରମୁଖ ଯୋଗଦେଇ ଜିଜ୍ଞାସା ମନୋଭାବ ରଖି ଶିକ୍ଷା ପ୍ରତି ଆଗ୍ରହୀ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବା ସହ ଶିକ୍ଷା ଉନ୍ନତି ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ l ଏହି ପ୍ରତିଯୋଗିତାରେ ବ୍ଲକର ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫୪ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ତୃତୀୟ ଶ୍ରେଣୀ ରୁ ପଞ୍ଚମ ସବଜୁନିୟର ରେ ମାଳପଡା ପ୍ରାଥମିକ ବିଦ୍ୟାଳୟ ଭୂମିକା ବଗର୍ତି ପ୍ରଥମ ପୁରସ୍କାର ହାସଲ କରିଥିବା ବେଳେ ଦ୍ୱିତୀୟରେ କୁମ୍ଭାରୀ ଉଚ୍ଚ ବିଦ୍ୟାଳୟ ଦେବାଶିଷ ବେହେରା ଓ ତୃତୀୟରେ ନାଗଫେନା ବିଦ୍ୟାଳୟର ପୁରପ ମେର୍ଲି କୃତୀତ୍ୱ ହାସଲ କରିଥିବା ବେଳେ ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ପର୍ଯ୍ୟନ୍ତ ଜୁନିଅର ବିଭାଗରୁ ସଇଁତଲା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଛାତ୍ର ଚିତ୍ତରଞ୍ଜନ ସାହୁ ପ୍ରଥମ ସ୍ଥାନ ଦ୍ୱିତୀୟରେ ଏସଏସଡି ବିଦ୍ୟାଳୟର ଛାତ୍ରୀ ରଶ୍ମିତା କୁମାର ଓ ତୃତୀୟରେ ବିବିନା ଆଦର୍ଶ ବିଦ୍ୟାଳୟ ଛାତ୍ର ରିଷି କୁମାର କ୍ଷେତି ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ ପ୍ରତିଯୋଗିତାରେ ଶିକ୍ଷକ ନିରଞ୍ଜନ ମାଝୀ, କ୍ଷେତ୍ରପତି ଜାଲ, ଲିଙ୍ଗରାଜ ନନ୍ଦ, ସୁଧାଂଶୁ ସିଂ ଭୋଇ, ମନୋଜ ଦାସ ପ୍ରମୁଖ ୫ ଜଣ ବିଚାରକ ଦାୟିତ୍ୱ ତୁଲାଇଥିଲେ l ଶେଷରେ ସିଆରସିସି ମନ୍ଦର ଦୀପ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ପ୍ରତିଯୋଗୀରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ସିଆରସିସି ଚିନ୍ତାମଣି ସାହୁ, ଶେଷଦେବ ପ୍ରଧାନ, ପର୍ଶୁରାମ ମୁଣ୍ଡା, ଉପେନ୍ଦ୍ର ବେହେରା, ହରେକୃଷ୍ଣ ନାଗ, ପ୍ରମୋଦ ବୁଡ଼େକ ଙ୍କ ସମେତ ସିଆରସିସି , ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.