ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ବ ଉଦ୍ୟୋଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀକରଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଏହାର ସମ୍ବନ୍ଧିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ବ ଉଦ୍ୟୋଗ ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ, ପ୍ରତ୍ୟେକଙ୍କ ପାଖରେ ଥିବା ସୃଜନଶୀଳତା ହିଁ ଭବିଷ୍ୟତରେ ଉଦ୍ୟୋଗୀକରଣ ଦିଗରେ ଉତ୍ସାହିତ କରିଥାଏ ବୋଲି ଉଲ୍ଲେଖ କରିଥିଲେ। ନିଜର ସୃଜନଶୀଳତା, ଦକ୍ଷତା ଏବଂ ସାମର୍ଥ୍ୟକୁ ପ୍ରତିଷ୍ଠା କରି କେବଳ ଏକ ଚାକିରି ପାଇଁ ସଂଘର୍ଷ ନକରି ଆତ୍ମ ନିର୍ଭରଶୀଳ ସକ୍ଷମ ହୋଇ ଅନ୍ୟମାନଙ୍କୁ ଚାକିରି ଯୋଗାଇ ଦେବାର ପ୍ରୟାସ ରହୁ କହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ଭାବେ ଯୋଗଦେଇ ହରି ପ୍ଲାଷ୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ସଂଗ୍ରାମ କୁମାର ଦାସ ଯୋଗଦେଇ ଉଦ୍ୟୋଗୀକରଣକୁ କିପରି ନିଜର ବୃତ୍ତିଗତ ଜୀବନ ଭାବେ ଆପଣେଇ ପାରିବ ଓ ଏଥି ସହିତ ନିଜ ଉପରେ ବିଶ୍ୱାସ ରଖି ପ୍ରତିଷ୍ଠିତ ହୋଇପାରିବ ସେଥିନେଇ ଏକ ଉଦବୋଧନ ପ୍ରଦାନ କରିଥିଲେ। ଏଥିସହ ଭୂବନେଶ୍ବର ସ୍ଥିତ ‘ଏମ ଟେକ୍’ ନାମକ ଏକ ସଫ୍ଟୱେର କମ୍ପାନୀର ସିଇଓ ପ୍ରିୟଦର୍ଶୀ ଷଡଙ୍ଗୀ ଆଭାସୀ ମାଧ୍ୟମରେ ଯୋଗଦେଇ ଉଦ୍ୟୋଗୀ କରଣକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଥିବା ପ୍ରଶ୍ନର ସମାଧାନ ଦେଇଥିଲେ ଓ ବର୍ତ୍ତମାନ ସମୟରେ କେଉଁ ଉଦ୍ୟୋଗରେ ମନୋନିବେଶ କରିଲେ ସଫଳ ହୋଇପାରିବେ ସେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବ୍ୟବସାୟ ପରିଚାଳନା ବିଭାଗର ପ୍ରଫେସର ଓ ପି.ଏମ.ଆଇ.ଆର ବିଭାଗର ସଂଯୋଜକ ପ୍ରଫେସର ପଦ୍ମଲିତା ରାଉତରାୟ, ଟିବିଆଇର ସଂଯୋଜକ ପ୍ରଫେସର ପଙ୍କଜ କୁମାର ପାଢୀ ପ୍ରମୁଖ ଯୋଗଦେଇ ଉଦ୍ୟୋଗୀକରଣର ପ୍ରସ୍ତୁତି, କାର୍ଯ୍ୟକାରିତା ପଦ୍ଧତି, ନୂତନ କୌଶଳ ଗୁଡିକରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଇତ୍ୟାଦିର ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ଏ ଦିଗରେ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନେନ୍ଦୁ ନାୟକ ସଂଚାଳନ କରିଥିଲେ ଓ ଧନ୍ଯବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.