ଝାରସୁଗୁଡାରେ କଳାହାଣ୍ଡିର କରାଟେ ଛାତ୍ରଙ୍କ ସଫଳତା; ୮ ଜଣ ପ୍ରତିଯୋଗି ମଧ୍ୟରୁ ୬ ଜଣ ପ୍ରଥମ, ଜଣେ ଦ୍ୱିତୀୟ ଜଣେ ତୃତୀୟ ସ୍ଥାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ଝାରସୁଗୁଡା ସ୍ଥିତ ବ୍ରଜରାଜନଗର ଏସଓସିପି ଡିଏଭି ପବ୍ଲିକ ସ୍କୁଲଠାରେ ଗୁରୁବାର ୨୨ ଅଗଷ୍ଟ ଦିନ ଡିଏଭି କ୍ଲଷ୍ଟର ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ୮ ଜଣ କରାଟେ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ବାଳକ ବିଭାଗର ୧୪ ବର୍ଷରୁ କମ୍ ୩୦ ରୁ ୩୫ କେଜି ବର୍ଗରେ ଛାତ୍ର ପୁଷ୍ପେନ୍ଦୁ ବିଶ୍ୱାଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ,ସୌନକ ସଭଦର୍ଶୀ ସାହୁ ୪୫ ରୁ ୫୦ କେଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ସେହିପରି ଆୟୁଷ ଦୁବେ ୮୦ ରୁ ୮୫ କେଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସେହିପରି ୧୭ ବର୍ଷରୁ କମ୍ ୪୦ ରୁ ୪୫ କେଜି ବର୍ଗରେ ହିତେସ କୁମାର ମହାଖୁଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗଙ୍ଗାଧର ମଲ୍ଲିକ ୫୦ ରୁ ୫୫ କେଜି ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୧୯ବର୍ଷରୁ କମ୍ ୫୦ ରୁ ୫୫ କେଜି ବର୍ଗରେ କିରନ୍ ବେମାଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

Omkar Vasthu
Omkar Vasthu

ସେହିପରି ବାଳିକା ବିଭାଗର ୧୪ବର୍ଷରୁ କମ୍ ୩୦ ରୁ ୩୫ କେଜି ବର୍ଗରେ କୁସୁମପ୍ରଭା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ୧୭ବର୍ଷରୁ କମ୍ ୫୦ ରୁ ୫୫ କେଜି ବର୍ଗରେ ଅର୍ପିତା ବାଡ଼ତିଆ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏମାନେ ବୁଧବାର ଦିନ ଏହି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଥିଲେ।ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି କରାଟେ ପ୍ରତିଯୋଗିମାନେ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼, ଡିଏଭି ବେଦାନ୍ତ ବିଦ୍ୟାଳୟର ଶିକ୍ଷକ ଆମର ଜ୍ୟୋତି ସାହୁ, ଖେଳ ଶିକ୍ଷୟିତ୍ରୀ ଶିଳ୍ପୀ ଲାହା, ଶିକ୍ଷୟିତ୍ରୀ ବର୍ଷା ସିଂଙ୍କ ସହିତ ଏହି ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଡିଏଭି କରାଟେ ଛାତ୍ରଙ୍କ ସଫଳତା ପରେ ସ୍କୁଲର ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ,ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.