ଲଡୁଗାଁ କଲେଜରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲ ପରିସରରେ ଲଡୁଗାଁ ବ୍ରହ୍ମ କୁମାରୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ପ୍ରିନସିପାଲ ଡଃ ନିହାର କାନ୍ତ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିକେ ସୁମିତ ଭାଇ ଯୋଗ ଦେଇ ନୈତିକ ମୂଲ୍ୟବୋଧ ମାଧ୍ୟମରେ ଚରିତ୍ର ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଅଧ୍ୟାପକ ସଂଜୟ କୁମାର ପୁରୋହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିକେ ଘନଶ୍ୟାମ ଭାଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିକେ ଭଉଣୀ ଲତା ରକ୍ଷାବନ୍ଧନର ଉଦ୍ଦେଶ୍ୟ ଓ ମହତ୍ବ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

ଛାତ୍ରଛାତ୍ରୀ ସହିତ ଶିକ୍ଷକଙ୍କୁ ରାକ୍ଷୀ ବାନ୍ଧିବା ସହ ନିଜର ଖରାପ ଗୁଣକୁ ଛାଡ଼ିବା ପାଇଁ ଲିଖିତ ସପଥ ନେଇଥିଲେ। କାର୍ଯ୍ୟକ୍ରମରେ ସୁବାସ ଅଗ୍ରୱାଲ, ଧୃବ ଚରଣ ସାହୁ, ବଜରଙ୍ଗ ଅଗ୍ରୱାଲ, ଅଧ୍ୟାପକ ପ୍ରେମାନନ୍ଦ ସାହା, ବିରେନ୍ଦ୍ର ନାରାୟଣ ଦାସ, କଲ୍ୟାଣୀ ମହାନ୍ତି, ଶଙ୍କର ସତନାମୀ, ଭାରତ ଠାକୁର, ପ୍ରମୁଖ ଉପସ୍ଥିତ ରହି ପୁର୍ଣ୍ଣ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.