ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ମହିଳା ମଞ୍ଚ କଳାକାର ଉପାସୀ ଦେବୀଙ୍କ ବିୟୋଗରେ ଶୋକସଭା

ମହାନଦୀ ନାଟ୍ୟ ସମ୍ମାନ ଓ ନାଟ୍ୟଚକ୍ର ସମ୍ମାନରେ ସମ୍ମାନିତ ଥିଲେ ଉପାସୀ ଦେବୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜକିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ମହିଳା ମଞ୍ଚ କଳାକାର, ସ୍ୱାସ୍ଥ୍ୟ ସେବିକା ଉପାସୀ ଦେବୀଙ୍କ ୯୩ ବର୍ଷ ବୟସରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅପରାହ୍ନ ୪ଘଣ୍ଟା ୫୫ମିନିଟ ସମୟରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ଚିକିତ୍ସା ହେଉଥିବା ସମୟରେ ମହାପ୍ରୟାଣ ଘଟିଛି । ସ୍ୱାସ୍ଥ୍ୟ ସେବିକା ଭାବେ ସହରର ପ୍ରତିଟି ଗଳି କନ୍ଦିରେ ସୁପରିଚିତ ଉପାସୀ ଦେବୀ ଗତ ଦୁଇ ଦଶନ୍ଧି ହେଲା ସରକାରୀ ସେବାରୁ ଅବସର ଗ୍ରହଣ କଲାପରେ ମଧ୍ୟ୍ୟ ଦୀର୍ଘ ଦିନଧରି ଜନସେବାରେ ବ୍ରତୀ ଥିଲେ । ସୁବର୍ଣ୍ଣପୁର ନାଟ୍ୟଧାରର ଅଗ୍ରଣୀ ବିନ୍ଧାଣୀ ମଞ୍ଚ ନିର୍ଦେଶକ ସ୍ବର୍ଗତଃ ଡାକ୍ତର ଯୁଧିଷ୍ଠିର ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ଗୁଡିକରେ ୧୯୫୬- ୬୬ ମସିହାରେ ଉପାସୀ ଦେବୀ ମହିଳା କଳାକାର ଭାବେ ଅଭିନୟ କରି ସେ ସମୟରେ ଇତିହାସ ସୃଷ୍ଟି କରିବାରେ ସଫଳ ହୋଇପାରିଥିଲେ ।

Omkar Vasthu
Omkar Vasthu

ଉପାସୀ ଦେବୀଙ୍କ ଅଭିନୟରୁ ପ୍ରେରଣା ପାଇ ପରେ ଅନ୍ୟ ମହିଳା କଳାକାର ସୃଷ୍ଟି ହୋଇ ସୁବର୍ଣ୍ଣପୁର ମଞ୍ଚକଳାକୁ ରୁଦ୍ଧିମନ୍ତ କରିଥିଲେ । ନିଜର ଜୀବନ ବ୍ୟାପି ସାଧନା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ଦ୍ୱାରା ‘ମହାନଦୀ ନାଟ୍ୟ ସମ୍ମାନ’ ଏବଂ ନାଟ୍ୟଚକ୍ର ଅନୁଷ୍ଠାନ ଦ୍ଵାରା ‘ନାଟ୍ୟଚକ୍ର ସମ୍ମାନ’ ରେ ସମ୍ମାନିତ ହୋଇଥିଲେ ଉପାସୀ ଦେବୀ । 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତାଙ୍କ ବିୟୋଗରେ ଆଜି ମହାନଦୀ ସାହିତ୍ୟ ସଂସଦ ସଭାଗୃହରେ ମହାନଦୀ ସାହିତ୍ୟ ସଂସଦର ସଭାପତି ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ନାଟ୍ ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ, ଭୀମଭୋଇ କଳା ପରିଷଦର ସଂପାଦକ ସଂଗୀତ ନିର୍ଦ୍ଦେଶକ ଉମେଶ କୁମାର, ପଏଁରୀର ସଭାପତି ଲତୁ କିଶୋର ମଲ୍ଲିକ, ସଂପାଦକ ନୃତ୍ୟ ନିର୍ଦ୍ଦେଶକ ଚୌଧୂରୀ ବିଭାର , ନାଟ୍ୟଚ଼କ୍ରର ନିର୍ଦ୍ଦେଶକ ମନୋଜ କୁମାର ବାରିକ, ସଭ୍ୟ କବି ବିଘ୍ନରାଜ ପଣ୍ଡା ଏବଂ ବେଣୁଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଉପାସୀ ଦେବୀଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ମଞ୍ଚ ଅଭିନୟ କ୍ଷେତ୍ରରେ ଜଣେ ସାହସୀ ମହିଳା ଭାବେ ତଥା ସ୍ୱାସ୍ଥ୍ୟ ସେବିକା ଭାବେ ତାଙ୍କର ଅକୁଣ୍ଠ ସେବା ମନୋଭାବ ତାଙ୍କୁ ଚିରକାଳ ସ୍ମରଣୀୟ କରି ରଖିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଶେଷରେ ମହାନଦୀ ସାହିତ୍ୟ ସଂସଦର ସାଧାରଣ ସଂପାଦକ କବି ସୌରଭ ରଂଜନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.