ବ୍ଳକ ଉପାଧ୍ୟକ୍ଷ ଓ ଗ୍ରାମବାସୀଙ୍କ ସହଯୋଗରେ ନିର୍ମାଣ ହେଲା ରାସ୍ତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ମୁଷାପାଲି ଗ୍ରାମର ଏକାଧିକ ରାସ୍ତା ମରାମତି ହୋଇଛି। ସୂଚନା ଅନୁସାରେ, ମୁଷାପାଲି ଗ୍ରାମର ମୁଷାପାଲି-ମାଲପଡା ରାସ୍ତା, ମୁର୍ଦୁଙ୍ଗିଆପଡା ଠାରୁ ବରଡିକୋଟ ରାସ୍ତା ଓ ମୁଷାପାଲି, ଖପରାମାଲା ରାସ୍ତା ଠାରୁ ବଗଡିଆପଡା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା।

Omkar Vasthu
Omkar Vasthu

ଏନେଇ ଗ୍ରାମବାସୀ ବିଭିନ୍ନ ସମୟରେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ତେବେ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାରେ ଉକ୍ତ ରାସ୍ତା ସବୁକୁ ସାମିଲ କରି ଅନୁଦାନ ଆସିଲେ ମରାମତି କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ହେଲେ ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ଏହିସବୁ ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ଯାହା ଫଳରେ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଛାତ୍ର ଛାତ୍ରୀ ସ୍କୁଲ, କଲେଜ ଓ କୋମଳମତୀ ଶିଶୁ ମାନେ ଅଙ୍ଗନୱାଡ଼ି ଯିବାରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏନେଇ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଉଦ୍ୟମରେ ଗ୍ରାମର ଟ୍ରାକ୍ଟର ମାଲିକ, ସମିତି ସଭ୍ୟା ଅଞ୍ଜନା ଦୁର୍ଗା ଓ ଗ୍ରାମବାସୀଙ୍କ ଶ୍ରମଦାନରେ ଗ୍ରାମର ମୁଷାପାଲି-ମାଲପଡା ରାସ୍ତା, ମୁର୍ଦୁଙ୍ଗିଆପଡା ଠାରୁ ବରଡିକୋଟ ରାସ୍ତା ଓ ମୁଷାପାଲି, ଖପରାମାଲା ରାସ୍ତା ଠାରୁ ବଗଡିଆପଡା ରାସ୍ତା ମୋରମ ପକାଇ ଖାଲଖମା ଗୁଡ଼ିକ ପୋତି ମରାମତି କରାଯାଇଛି। ବର୍ତ୍ତମାନ ମଧ୍ୟ କେତେକ ରାସ୍ତା ମରାମତି କାର୍ଯ୍ୟ ଜାରି ରହିଛି। ତେବେ ବ୍ଳକ ଉପାଧ୍ୟକ୍ଷ ଏଭଳି ଉଦ୍ୟମକୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.