ଛାତ୍ରଛାତ୍ରୀ ପାଳିଲେ ଜାତୀୟ ମହାକାଶ ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଜାତୀୟ ମହାକାଶ ଦିବସ ପାଳନ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପିଲାମାନଙ୍କ ମଧ୍ୟରେ ପୋଷ୍ଟର ତିଆରି, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୋଲାଜ୍ ନିର୍ମାଣ, କୁଇଜ୍, ଭିଡିଓ ତିଆରି, ବକ୍ତୃତା, ଧନ୍ଦା ସମାଧାନ, ସେମିନାର, ମଡେଲ ତିଆରି, ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 

Omkar Vasthu
Omkar Vasthu

ସେହିପରି ଚନ୍ଦ୍ରଯାନ ତଥା ଇସ୍ରୋର ବିଭିନ୍ନ ମିଶନକୁ ଲୋକାଭିମୁଖୀ କରିବା ପାଇଁ ସ୍ଵତନ୍ତ୍ର କ୍ଲାସ୍, ପାଠଚକ୍ର, ପ୍ରଦର୍ଶନ, ଆଲୋଚନା ମଧ୍ୟ କରାଯାଇଥିଲା। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏନସିଇଆରଟି ଦ୍ଵାରା ପ୍ରସ୍ତୁତ ଚନ୍ଦ୍ରଯାନ ମଡ୍ୟୁଲ ଭିଡିଓ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ସମଗ୍ର ଶିକ୍ଷା କଳାହାଣ୍ଡିର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.