ପୁରୁଷୋତ୍ତମପୁର ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଏନ୍ଏସିରେ ନିଖିଲ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇସାରିଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ମନୋଜ କୁମାର ନାୟକ, ସିଡିପିଓ ମମତା ମଲିକ, ଚେୟାରମେନ ପ୍ରିୟଙ୍କା ଗୌଡ଼, କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ବରିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ ୨ ପୂର୍ବତନ ପ୍ରଧାନ ଶିକ୍ଷକ ଏ ରାଜ ଗୋପାଳ ରାଓ, ଏବଂ ବିଜୟ କୁମାର ବେହେରା, ଏକ ନଂ କାଉନ ସିଲର ଅରୁଣ କୁମାର ମହାଙ୍କୁଡ, ୪ ନଂ କାଉନ ସିଲର ଅଶୋକକୁମାର ମହାଙ୍କୁଡ, ୬ ନଂ କାଉନ ସିଲରସୁଦଷ୍ନା ବେହେରା, ତାରା ତାରିଣୀ କଲେଜ ଡେମୋନେଷ୍ଟେଟର ରାମନାଥ ପାତ୍ର ମଞ୍ଚାସିନ ରହି ଥିଲେ।

Omkar Vasthu
Omkar Vasthu

ମଞ୍ଚାସିନ ଅତିଥି ମାନେ ସ୍ୱାୟତ୍ତ ଶାସନର ଉତ୍ପତି ମୌର୍ଯ୍ୟ ଚନ୍ଦ୍ର ଗୁପ୍ତଙ୍କ ସମୟରେ ଆରମ୍ଭ ହୋଇ ଥିଲା ବେଳେ ମୋଗଲ ଇଂରେଜଙ୍କ ଠାରୁ ଆଜି ପର୍ଯ୍ୟନ୍ତ ସ୍ୱାୟତ୍ତ ଶାସନର କାର୍ଯ୍ୟ କାରିତା ଉପରେ ଆଲୋକ ପାତ କରିଥିଲେ  ଏବଂ ପୁରୁଷୋତ୍ତମପୁର ଏନଏସିରେ ହୋଇଥିବା ବହୁତ ଉର୍ନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକ ପାତ କରିଥିଲେ। ୪ ନଂ କାଉନ ସିଲର ଅଶୋକ କୁମାର ମହାଙ୍କୁଡ ଙ୍କ ମତ ଥିଲା କିଛି ରାଜନେତା ଏହି ସହରର ବହୁବିଧ ଉର୍ନ୍ନତିକୁ ଦେଖି ସହିପାରୁନାହାନ୍ତି। ସେମାନେ କିଛି କାଉନ ସିଲର ମାନଙ୍କୁ ଧରି ଏନଏସିରେ ଅସୁବିଧା ସୃଷ୍ଟି କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜି ଏତେବଡ ଉଛବ ଦିନରେ ମଧ୍ୟ ସେମାନଂକୁ ଧରି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ଜନସାଧାରଣ ସବୁ ଜାଣୁଛନ୍ତି ସେମାନେ ତାର ଉଚିତ ଜବାବ ଦେବେ। ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ଅତିଥି ମାନେ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ। ପିଲାଙ୍କ ନୃତ୍ୟ ଗୀତ ପାଇଁ ଜର୍ଜ ହୋଈ ଥିବା ବ୍ୟକ୍ତିଙ୍କ ସହ କଲେଜ ଓ ବିଦ୍ୟାଳୟ ରବହୁଛାତ୍ର, ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ଛୋଟ ଛୋଟ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସୁନ୍ଦର୍ ନୃତ୍ୟ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ସହିତ ଯେଇ, ସିଇଓ ମେଡମ ଓ ଅନ୍ୟନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତେବେ ୧୦ ଜଣ କାଉନ ସିଲର ଏହି ଉଛବରେ ଅନୁପସ୍ଥିତ ଥିଲେ ମଧ୍ୟ କଣ ପାଇଁ ସେମାନେ ଆସିନାହାନ୍ତି ସେମାନଙ୍କ ସହିତ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କେତେଜଣ ଙ୍କ ସୁଇଚ ଅଫ ଥିଲା ବେଳେ ଆଉ କେତେ ଜଣ ରିଙ୍ଗ ହେଲେ ମଧ୍ୟ କୌଣସି ଉତ୍ତର ଦେଲେ ନାହିଁ। ଏବଂ ଜଣେ ତାଙ୍କର ଦେହ ଅସୁସ୍ଥ ଅଛିବୋଲି କହିଥିଲେ। ତେବେ ସଭା ସ୍ଥଳରେ କାଉନ ସିଲରଙ୍କ ଅନୁପସ୍ଥିତି ନେଇ ଲୋକଙ୍କ ମଧ୍ୟରେ ସକାରାତ୍ମକ ଭାବନା ରହିଥିବାର ଦେଖିବାକୁ ମିଳି ଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.