ଯୁରାବନ୍ଧ ଠାରେ କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଯୁରାବନ୍ଧ ଗାଁରେ ଏନେଇ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଭାଲୁମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ବସନ୍ତ ମେହେର, ଝରିଆଲ ସରପଞ୍ଚଙ୍କ ପ୍ରତିନିଧି ଭରଦ୍ବାଜ ଗହିର, ମୂଖ୍ୟବକ୍ତା ତୁରେକେଲା ସରପଞ୍ଚଙ୍କ ପ୍ରତିନିଧି ରବିନ୍ଦ୍ରନାଥ ବେହେରା, କଣ୍ଠଶିଳ୍ପୀ ରାସବିହାରି ଘିଭେଲା, ବିଜେପି ମଣ୍ଡଳ ସଭାପତି କ୍ଷୀର ବଛା, ସଂଘର ପୂର୍ବତନ ସଭାପତି ରାଧାମୋହନ ପୋଢ, ଖଗେଶ୍ଵର ପୋଢ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କପିଳେଶ୍ବର ଯୁବକ ସଂଘ ପକ୍ଷରୁ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମାନପତ୍ର ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭାପତି ତୁଳାଚନ୍ଦ୍ର ପୋଢ ସଭା ପରିଚାଳନା କରିଥିବା ବେଳେ ସଂଘର ପୂର୍ବତନ ସଭାପତି ଖଗେଶ୍ଵର ପୋଢ ଧନ୍ଯବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

ନୂଆଖାଇ ହେଉଛି ଚାଷି ତଥା ପଶ୍ଚିମ ଓଡିଶାର ପ୍ରଧାନ ପର୍ବ, ଯେଉ ପର୍ବ ଏହି ଅଞ୍ଚଳର ପ୍ରତ୍ୟେକ ଘରେ ନୂତନ ବସ୍ତ୍ର ପରିଧାନ କରି ପୂର୍ବ ପୁରୁଷ ତଥା ଦେବା ଦେବି ନୂଆ ଧାନେ ତିଆରି ଚୁଡା ଅର୍ପଣ କରି ଭକ୍ଷଣକରି ଏହି ପର୍ବ ପାଳନ କରାଯାଏ ଯାହାକି ଆମ୍ଭମାନଙ୍କ ଗର୍ବ ଓ ଗୌରବ ବିଷୟ ବୋଲି ଅତିଥିମାନେ ବକ୍ତବ୍ଯ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କପିଳେଶ୍ବର ଯୁବକ ସଂଘ ପକ୍ଷରୁର ଗ୍ରାମର ବିଶିଷ୍ଟ ବ୍ଯକ୍ତି ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରାବଣୀ ସାଂସ୍କୃତିକ ଅନୁଷ୍ଠାନ ଖୋର୍ଦ୍ଧା ଓ ସମ୍ଭବ କଳାପରିସଦ ବଲାଙ୍ଗୀର ଭାଷା, ସାହିତ୍ଯ ଓ ସାଂସ୍କୃତିକ ବିଭାଗ ଓଡିଶା ସରକାରଙ୍କ ତରଫରୁ ସାଂସ୍କୃତିକ କର୍ଯ୍ଯକ୍ରମ ପରିବେଷଣ କରାଯାଇଥିଳା।ସଂଘର ସଂପାଦକ ଲିଙ୍ଗରାଜ ପୋଢ, ଗ୍ରାମର ସମସ୍ତ ଓ୍ବାଡ ମେମ୍ବର, ସଂଘର ସମସ୍ତ ସଦସ୍ଯ ଓ ଗ୍ରାମ ବାସୀ ବୃନ୍ଦ ଏହି ସମାରୋହରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.