ଦୀପାବଳି ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁରର ଅଗ୍ରଣୀ ଯୁବ ସଂଗଠନ ଜନ ଜାଗରଣ ଯୁବକ ସଙ୍ଘ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଧୂମଧାମରେ ଦୀପାବଳି ପର୍ବ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥର ଦୀପାବଳି ପାଳନ ସହିତ ସମାଜସେବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଙ୍ଘ ତରଫରୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ଏଥିପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ଜନ ଜାଗରଣ ଯୁବକ ସଙ୍ଘର ସଭାପତି ସୁଦର୍ଶନ ଗରଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପର୍ବ ପାଳନ ସହିତ ପ୍ରତି ବର୍ଷ ଅପେକ୍ଷା ଚଳିତ ବର୍ଷ ପଞ୍ଚାୟତ ଅଞ୍ଚଳର ୩ ହଜାର ଦୁସ୍ଥ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି। ବୈଠକରେ ଜନ ଜାଗରଣ ଯୁବକ ସଙ୍ଘର ଉପଦେଷ୍ଟା ମନୋଜ ନାଗ, ବ୍ରଜ କିଶୋର କୌଶଲ୍ୟା, ଅନନ୍ତ ପାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ସଙ୍ଘ ତରଫରୁ ଦୀପାବଳି ପର୍ବ ପରିଚାଳନା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ଜିତୁ ବାତ୍ରା, ଉପସଭାପତି ଭାବେ ରମାକାନ୍ତ ନାଏକ, ସୂର୍ଯ୍ୟକାନ୍ତ ବିଭାର, ସମ୍ପାଦକ ଭାବେ ଜମାଲା ମହାନନ୍ଦ, ଯୁଗ୍ମ ସମ୍ପାଦକ ଭାବେ ରତନ ବାତ୍ରା, କୋଷାଧ୍ୟକ୍ଷ ଭାବେ ଲବଙ୍ଗ ଦୁର୍ଗାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେହିପରି ସାମନ୍ତ ବିଭାର, ଗରିବ ତାଣ୍ଡି, ସନ୍ତୋଷ ବିଭାର, ମନନ୍ତ ତାଣ୍ଡି, ଗୋବିନ୍ଦ ଦୁର୍ଗା, ପଞ୍ଚା ଗରଡିଆ, ରାଜେଶ ମହାନନ୍ଦ, ଥବୀର ସୁନା, ସୁଧୀର ବାଗ, ଈଶ୍ୱର ତାଣ୍ଡି, ସୁନୀଲ ଗରଡ଼ିଆ, ବିରଞ୍ଚି ଦୁର୍ଗା, ଗୁଣନିଧି ବାତ୍ରା, କରୁଣା ଦୁର୍ଗା, ବାସୁଦେବ ନାଏକ, ରିତିକ ଟାକରି, ମନୋଜ ତାଣ୍ଡି ପ୍ରମୁଖଙ୍କୁ କମିଟିର ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା। ଏହି ଅବସରରେ ସଙ୍ଘର ସମ୍ପାଦକ ମୂରଲୀ ବାତ୍ରା ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.