ନର୍ଲା ଫେଡରେସନ କର୍ମୀ ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ ଓ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଲ୍ ଓଡ଼ିଶା ଜିପିଏଲ୍‌ଏଫ୍ ଓ ଓଏସ୍ଏମ ମିଶନ ଶକ୍ତି କର୍ମୀ ସଂଘର ଡ଼ାକରା କ୍ରମେ ବର୍ଦ୍ଧିତ ଦରମା ମି଼ଳୁ ନଥୁବାରୁ ବୁଧବାର ଠାରୁ ବ୍ଳକ ସ୍ତରୀୟ ଗ୍ରାମ ପଞ୍ଚାୟତ ଫେଡେରେସନ କର୍ମୀ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଏହାକୁ ସମର୍ଥନ ଜଣାଇ ନର୍ଲା ବ୍ଳକସ୍ତରୀୟ ଗ୍ରାମ ପଞ୍ଚାୟତ ଫେଡେରେସନ କର୍ମୀ ସଂଘ ପକ୍ଷରୁ ସଭାନେତ୍ରୀ ଛବିଳା ସାହୁ ଓ ସମ୍ପାଦିକା ସୀମା ସାହୁଙ୍କ ନେତୃତ୍ୱରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ଏକ ଦାବୀପତ୍ର ପ୍ରଦାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସୂଚନା ଯୋଗ୍ୟ ଯେ’ ସିଆରପି, ଏମବିକେ, ବ୍ୟାଙ୍କମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ଏଲ୍‌ଏସବି ଭଳି ୬ ଗୋଟି କମ୍ୟୁନିଷ୍ଟ ସପୋର୍ଟ ଷ୍ଟାପ ଓଡ଼ିଶା ଜୀବିକା ମିଶନ/ମିଶନ ଶକ୍ତି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ନିରନ୍ତର ଭାବେ କାର୍ଯ୍ୟକରି ଆସୁଛନ୍ତି। ସେମାନେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ପ୍ରାୟ ୬ ମାସ ହେବ ବର୍ଦ୍ଧିତ ଦରମା ମିଳୁ ନାହିଁ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସହ ସମ୍ପୂକୁ ବିଭାଗୀୟ ମନ୍ତ୍ରୀ ଓ ଉପ ମୂଖ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି। ହେଲେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହା ଫଳରେ ସେମାନଙ୍କ ଜୀବନ ଜୀବିକା ଉପରେ ବାଧାପ୍ରାପ୍ତ ହେଉଥ‌ିବା ଅଭିଯୋଗ କରିଛନ୍ତି। ରାଜ୍ଯ ସଂଘ ଡାକରାରେ ସିଆରପି,ଏମବିକେ, ବ୍ୟାଙ୍କମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ଏଲ୍‌ଏସବି ଭଳି ୬ ଗୋଟି କମ୍ୟୁନିଷ୍ଟ ସପୋର୍ଟ ଷ୍ଟାପ ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ସଭାନେତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.