“ସ୍ବଚ୍ଛତା ହିଁ ସେବା” ନାମରେ ଉତ୍ସର୍ଗୀକୃତ ଗାନ୍ଧୀ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” ଶିର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହେଇ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ଅଧ୍ୟକ୍ଷ ସୁରେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l

Omkar Vasthu
Omkar Vasthu

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବେହେରା ଗ୍ରାମପଞ୍ଚାୟତ ସମିତି ସଭ୍ୟ କିଶୋର ନାଗ, ମୂଖ୍ୟବକ୍ତା ଭାବେ ଲଖୀରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶାରିରୀକ ସୁରେନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଭକ୍ତ ଚରଣ ଭୋଇ ପ୍ରମୂଖ ମଞ୍ଚାସୀନ ଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟକ୍ରମ ଶୁଭାରମ୍ଭରେ ଅତିଥି ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଗ୍ରାମ୍ଯ ପରିବେଶ, ଆଖପାଖ ସ୍ବଚ୍ଛ ରଖିବା ଉପରେ ମତପ୍ରକାଶ କରିଥିଲେ। ଏହି ଅବସରରେ ରଚନା, ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ସହ କରାଯାଇଥିଲା ।

ଶେଷରେ ବିଦ୍ୟାଳୟର ସମସ୍ତ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗାଁ ସଫେଇ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବିଶେଷ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.