ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସ୍ଥିତ ତେଲ ନଦୀ ବ୍ରିଜ ଉପରୁ ଜଣେ ଯୁବତୀ ଆଜି ଡେଇଁ ପଡ଼ିଥିବା ଜଣାପଡ଼ିଛି। ସେ ଡେଇଁ ପଡି ଅଚେତ ଅବସ୍ଥାରେ ପଡିଥିବା ବେଳେ ସେଠାକୁ ଯାଇଥିବା ମାଛ ଧରାଳି ମାନେ ତାଙ୍କୁ ଉଦ୍ଧାର କରିବା ସହ ସୋନପୁର ପୋଲିସ କୁ ସୂଚନା ଦେଇଥିଲେ। ପରେ ସୋନପୁର ପୋଲିସ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଯୁବତୀ ଙ୍କୁ ଭର୍ତ୍ତି କରିଥିବା ବେଳେ ତାଙ୍କ ଛାତିରେ ଗଭୀର ଯନ୍ତ୍ରଣା ହେତୁ କଥା କହି ପାରୁ ନାହାନ୍ତି। ସେ ତାଙ୍କ ନାମ ପ୍ରମୋଦିନି ବାଦୀ ହୋଇଥିବା ବେଳେ ପିତାଙ୍କ ନାମ କିସାନ ବାଦୀ ଓ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ସଦେଇପୂରଗ୍ରାମ ର ବୋଲି ନିଜେ ଲିଖିତ ଆକାରରେ ଦେଇଛନ୍ତି।