ସରିଆଁରେ “ଏକ ପେଡ଼ ମା’କେ ନାମ” କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତରଣାଳୟ ଅଧିନସ୍ଥ “ମାଇ ଭାରତ”, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ମିଳିତ ସହଯୋଗରେ ନର୍ଲା ବ୍ଲକ ଅଧିନସ୍ଥ ସରିଆଁ ଗ୍ରାମର ମାଣିକେଶ୍ଵରୀ ମନ୍ଦିର ପାଖରେ ‘ଏକ ପେଡ ମାଁ କେ ନାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶପଥ ପାଠ ହୋଇଥିଲା ଏବଂ ପରେ ପରେ ବୃ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବ୍ଲକ୍ ଅଧିନସ୍ଥ କୁଲିଆମାଲ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶରତ ଚନ୍ଦ୍ର ସାହୁ ଯୋଗଦାନ କରି ମାର୍ଗଦର୍ଶନ ଦେବା ସହ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ। କର୍ଯ୍ୟକ୍ରମରେ ଭାରତୀୟ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଆନନ୍ଦ ଚନ୍ଦ୍ର ଭୋଇ ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ଉପଦେଷ୍ଟା ସଦସ୍ୟ ମୋହନ ଲାଲ ଅଗ୍ରୱାଲ, କଂହେଇ ଭୋଇ, ସମ୍ପାଦକ ମିଲନ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ମନ୍ଦିର ଚାରି ପାର୍ଶ୍ୱରେ ବୃକ୍ଷ ରୋପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରି କର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.