ସ୍ତନ କର୍କଟ ସଚେତନତା ମାସ: ବେଦାନ୍ତର ବାଲକୋ ମେଡିକାଲ ସେଂଟର ଗୋଷ୍ଠୀମାନଙ୍କ ମଧ୍ୟରେ ପ୍ରାକ୍ ନିରୂପଣ ତଥା ସଚେତନତା ବାର୍ତାକୁ ପ୍ରସାରିତ କରିଛି

ଚଳିତ ବର୍ଷ ଅଭିଯାନ ‘ଶର୍ମ ଛୋଡ଼ୋ ଗାଙ୍ଗୋପେ ବୋଲୋ’ ସ୍ତନ କର୍କଟ ଉପରେ ସଚେତନତା ଓ ସ୍କ୍ରିନିଂ, ଆଉଟରିଚ ତଥା ବିଶେଷଜ୍ଞଙ୍କ ଜରୀଆରେ ଗୋଷ୍ଠୀକୁ ପ୍ରେରଣା ଯୋଗାଇଛି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ରାୟପୁରର ଭାରତର ଅଗ୍ରଣୀ ଚିକିତ୍ସାନୁଷ୍ଠାନ ବେଦାନ୍ତ ବାଲକୋ ମେଡିକାଲ ସଂଟର ପକ୍ଷରୁ ସ୍ତନ କର୍କଟ ରୋଗ ଉପରେ ଶର୍ମ ଛୋଡ଼ୋ, ଗାଙ୍ଗୋପେ ବୋଲୋ ଅଭିଯାନର ଅଂଶ ଭାବରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍ତନ କର୍କଟ ସଚେତନତା ମାସ ଭାବରେ ସର୍ବଭାରତୀୟ ସ୍ତରରେ ଅକ୍ଟୋବର ମାସକୁ ପାଳନ କରାଯାଇଥାଏ। ଏହି ରୋଗର ଲକ୍ଷଣ ଓ ରୋଗ ବିଷୟରେ ଉପଯୁକ୍ତ ଚିକିତ୍ସା ଲାଗି ଲୋକମାନଙ୍କୁ ଶିକ୍ଷାଦେବା ଲାଗି ଏକ ବାଇକ ରାଲି, ମାଗଣା ମାମୋଗ୍ରାଫି ପାଂଚ ଓ ଗୋଷ୍ଠୀକୁ ଏହି ରୋଗ ଉପରେ ସଚେତନ କରାଇବା ଲାଗି ଉତ୍ସାହିତ କରାଯାଇଥିଲା ।

ମାସକ ଭିତରେ ବିଏମସି ମହିଳାମାନଙ୍କୁ ଶୀଘ୍ର ଚିହ୍ନଟ ଓ ରୋଗ ବିଷୟରେ ସଚେତନତା ଲାଗି ମାଗଣା ଡିଜିଟାଲ ମାମୋଗ୍ରାଫି ସ୍କ୍ରିନିଂ କରିଥିଲା । ଅକ୍ଟୋବର ଶେଷ ସପ୍ତାହରେ ପଡ଼ୋଶୀ ଗ୍ରାମରେ ୪୫ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ବିଏମସିର ମୋବାଇଲ କର୍କଟ ଚିହ୍ନଟ ଶିବିର ଦ୍ଵାରା ସ୍ତନ୍ୟ ସାସ୍ଥ୍ୟର ଗୁରୁତ୍ଵ ଉପରେ ଲୋକମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା ।

ଗୋଷ୍ଠୀକୁ ଅଧିକ ସଚେତନ ଲାଗି ଏକ ସ୍ତନ କର୍କଟ ରାଲିର ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ରାୟ ୨୭୦ ଆରୋହୀଙ୍କ ସହିତ ୧୦ଟି ବାଇକ ଗୋଷ୍ଠୀମାନେ ଆଶା ଓ ଅଭିବୃଦ୍ଧିର ପ୍ରତୀକ ଭାବରେ ଏକ ବୃକ୍ଷରୋପଣ ଅଭିଯାନ ଜରୀଆରେ ସ୍ତନ କର୍କଟ ସଚେତନତାକୁ ପ୍ରସାରିତ କରିଥିଲେ । ଏହା ବ୍ୟତୀତ ବିଏମସି ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମକୁ ପ୍ରସାରିତ କରି ଅଭିଯାନର ଗୁରୁତ୍ଵ ବୃଦ୍ଧି କରିଥିଲା । ଏହି ଅଭିଯାନ କରୁସେଲ ଓ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

ବାଲକୋ ମେଡିକାଲ ସଂଟରର ପ୍ରୟାସରେ ଏହି କାର୍ଯ୍ୟକ୍ରମ ସଂପର୍କରେ ମତ ଦେଇ ବିଏମସିର ମେଡିକାଲ ନିର୍ଦ୍ଦେଶକ ଡ. ଭାବନା ସିରୋହୀ କହିଥିଲେ ଯେ ସ୍ତନ କର୍କଟ ବିଷୟରେ ସଚେତନତା ମାସ ହେଉଛି ସ୍ତନ୍ୟ ସ୍ୱାସ୍ଥ୍ୟ ଉପରେ ଅଧିକ ମନିଟରିଂ, ଠିକ ସମୟରେ ହସ୍ତକ୍ଷେପ ଓ ମୁକ୍ତ ବାର୍ତାଳାପକୁ ପ୍ରେରଣା ଦେବା ଲାଗି ଏକ ଗୁରୁତ୍ଵପୂର୍ଣ୍ଣ ସମୟ । ଶର୍ମ ଛୋଡ଼ୋ ଗାଙ୍ଗୋପେ ବୋଲୋ କାର୍ଯ୍ୟକ୍ରମ ସହ ଆମେ ସ୍ତନ କର୍କଟ ବିଷୟରେ ମହିଳାମାନଙ୍କୁ ସଚେତନ କରିବା ଲକ୍ଷ୍ୟ ରଖିଛୁ । ଏହି ରୋଗକୁ ନ ଲୁଚାଇ ଉପଯୁକ୍ତ ପରୀକ୍ଷା ଓ ଶୀଘ୍ର ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ପ୍ରତି ଲୋକମାନଙ୍କୁ ବୁଝାଇବା ପାଇଁ ଆମେ ପ୍ରୟାସ କରୁଛୁ । ଲୋକମାନେ ବିନା ଦ୍ବିଧା ଓ ସଙ୍କୋଚରେ ସଚେତନ ହୋଇ ଆଗେଇ ଆସିବାକୁ ସେ ନିବଦେନ କରିଥିଲେ ।

ଏହି ଶିକ୍ଷାକୁ ବହୁଦୂରକୁ ନେବା ଲାଗି ଡ. ସିରୋହୀ ସ୍ତନ କର୍କଟ ଉପରେ ବିଏମସି କର୍ମଚାରୀମାନଙ୍କୁ ଟାଉନହଲ ଆଲୋଚନାରେ ନିୟୋଜିତ କରିଥିଲେ । ଯେଉଁଠାରେ ସେମାନେ ରୋଗୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଉତ୍ସାହିତ କରିବାକୁ କହିଥିଲେ । କର୍ମଚାରୀମାନେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ସେମାନଙ୍କ ସମର୍ଥନକୁ ଦର୍ଶାଇଥିଲେ । ଏଠାରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିଲା ।

୨୦୧୮ରେ ଆରମ୍ଭ ପରଠାରୁ ବେଦାନ୍ତ ଆଲୁମିନିୟମର ଅତ୍ୟାଧୁନିକ କର୍କଟ ଚିକିତ୍ସା କେନ୍ଦ୍ର ଭାରତର ଅଙ୍କୋଲୋଜିକାଲ କେୟାର ଲ୍ୟାଣ୍ଡଵେପରେ ନିଜକୁ ଏକ ଜାତୀୟ ନେତା ଭାବରେ ପ୍ରତିଷ୍ଠିତ କରିଛି । ସ୍ତନ କର୍କଟରେ ଭାରତରେ ପ୍ରତିବର୍ଷ ୨.୩ ନିୟୁତ ରୋଗୀ ପୀଡ଼ିତ ହୋଇଥାନ୍ତି । ରୋଗୀମାନଙ୍କୁ ସଚେତନ କରିବା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଜରୁରୀ। ବିଶେଷ କରି ଗ୍ରାମାଂଚଳର ମହିଳାମାନଙ୍କୁ ସଚେତନ କରିବା ଲାଗି ଏକ ବାଇକ ରାଲି ଏହାର ପ୍ରତୀକ ଥିଲା । ଉଭୟ ଶିକ୍ଷା ଓ ସଚେତନା ମାଧ୍ୟମରେ ବ୍ୟକ୍ତିବିଶେଷଙ୍କୁ ଏହି ରୋଗର ପ୍ରତିକାର ସଂପର୍କରେ ବୁଝାଇ ବିସ୍ତୃତ କର୍କଟ ଚିକିତ୍ସା ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହରାଇଥିଲା । ଏହି କାର୍ଯ୍ୟକ୍ରମ କେବଳ ରୋଗର ପ୍ରତିକାର ଲାଗି ବାର୍ତାକୁ ସର୍ବତ୍ର ପ୍ରସାରୀତ କରେ ନାହିଁ ଅନ୍ୟପକ୍ଷରେ ବ୍ୟକ୍ତିବିଶେଷଙ୍କ ମନରେ ଏହି ରୋଗ ପ୍ରତି ଏକ ଦୃଢ ଧାରଣା ଓ ସଚେତନତା ସୃଷ୍ଟି କରିଛି ଓ ସେମାନଙ୍କୁ ଏହି ରୋଗ ଉପରେ ଜାଣିବାକୁ ଉତ୍ସାହିତ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.