ତାରା ତାରିଣୀ ମହା ବିଦ୍ୟାଳୟରେ ଯୁକ୍ତ ଦୁଇ ରାଷ୍ଟ୍ରୀୟ ସ୍ବେଛାସେବୀ ସେବା ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଚଳିତବର୍ଷ ତାରାତାରିଣୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ରାଷ୍ଟ୍ରୀୟ ସେବା ଯୋଜନା ଯୁଗ୍ମ ଏକକ ତରଫରୁ ସ୍ବେଚ୍ଛାସେବୀଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରନାଥ ପଣ୍ଡା ଏକତା ହିଁ ବଳ ସମ୍ପର୍କରେ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ କୁମାର ମୁନି ଏନ୍ ଏସ୍ ଏସ୍ ର ଲକ୍ଷ୍ୟକୁ କବିତା ମାଧ୍ୟମରେ ଉପ ସ୍ଥାପନା କରିଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯଥା ଶ୍ରୀମତୀ ଯାମୀନି ମୀର୍ଧା , ମୀନକେତନ ନାହକ, ସାକମ୍ବରୀ ସାହୁ, ସୁଜାତା ଦାସ, ସୁଧାଂଶୁ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ମୀନାକ୍ଷୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଶହେ ଜଣ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.