ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଖଇରମାଳ କ୍ଲଷ୍ଟର ଅନ୍ତର୍ଗତ ସମରକଟା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵମ୍ବର ନାଏକଙ୍କ ତତ୍ତ୍ବାବଧାନରେ ଜୁର୍କାଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ନିଆଲ ସଭାପତିତ୍ୱ କରିଥିଲେ।

Omkar Vasthu
Omkar Vasthu

ଖଇରମାଳ କ୍ଲଷ୍ଟରର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଫିରୋଜ କୁମାର ପଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ ଯୋଗଦେଇ ଶିକ୍ଷକମାନେ ହେଉଛନ୍ତି ଏ ଜାତିର ଗୌରବ, ଶିକ୍ଷକମାନେ ଛାତ୍ର ଛାତ୍ରୀମାନଙ୍କୁ ଭଲ ଶିକ୍ଷା ଦେଇ ସଠିକ୍ ମାର୍ଗରେ ପରିଚାଳିତ କରିପାରିଲେ ସେମାନେ ଦେଶ ଓ ଜାତିର ନାଁ ରଖିବେ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅନ୍ୟତମ ଅତିଥି ଭାବେ ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମୀନକେତନ ସାହୁ ଓ ସଂପାଦକ ଅମିତ ଶର୍ମା , ସମରକଟା ପ୍ରାଥମିକ ବିଦ୍ୟାଳୟର ସଭାପତି ଟଙ୍କଧର ବଗର୍ତ୍ତୀ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ବିଦ୍ୟାଳୟ ଓ ଖଇରମାଳ ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବମକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଉଗ୍ରସେନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଖଇରମାଳ କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସମରକଟା ବିଦ୍ୟାଳୟର ଛାତ୍ରଛାତ୍ରୀ , ଗ୍ରାମବାସୀ, ସମେତ ବହୁ ଛାତ୍ରାଭିଭାବକମାନେ ଯୋଗଦେଇଥିଲେ।

ଉକ୍ତ ଅବସରରେ କ୍ଲଷ୍ଟରରେ ନୂତନ ଭାବେ ଯୋଗଦାନ କରିଥିବା ଶିକ୍ଷକ ଅନାଦି ଚରଣ ସାହୁ, ଆଶୁତୋଷ ସାହୁ ଓ ସୁଶ୍ରୀ ଦିବ୍ୟ ରଞ୍ଜନୀ ମାନ୍ଧାତାଙ୍କୁ କ୍ଲଷ୍ଟର ତରଫରୁ ସ୍ୱାଗତ କରାଯାଇଥିଲା । ଶେଷରେ ଜାମପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦଇତାରି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.