ନୀଳଗିରି ମହାବିଦ୍ୟାଳୟରେ ଆୟୋଜିତ ହେଲା ‘ଆଦିବାସୀ ସଂସ୍କୃତି’ ଉପରେ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ନୀଳଗିରି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଗତକାଲି ‘ଆଦିବାସୀ ସଂସ୍କୃତି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ଏଥିରେ ବିଭାଗୀୟ ମୁଖ୍ୟ ଡକ୍ଟର କନକଲତା ହାତୀ ଅଧ୍ୟକ୍ଷତା କରିଥିବା ବେଳେ ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବରେ ଚରମ୍ପା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ଦାସ ଯୋଗ ଦେଇ ଆଦିବାସୀଙ୍କ ଜୀବନଧାରା, ରୀତିନୀତି, ବିଶ୍ଵାସବୋଧ, ପର୍ବପର୍ବାଣୀ, ପୋଷାକ, ଖାଦ୍ୟ, ଚିତ୍ରକଳା ଓ ଆର୍ଥିକ ସଂକଟ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ହାତୀ ଆଦିବାସୀ ସଂସ୍କୃତି ପାରମ୍ପରିକ ଧାରାରୁ କିପରି ଓହରି ଆସି ଆଧୁନିକତାର ମୁଖ୍ୟ ସ୍ରୋତରେ ନିଜକୁ ହଜାଇ ବସୁଛି ସେ ଉପରେ ଆଲୋକପାତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନଳିନୀକାନ୍ତ ପାଢ଼ୀ, ସୁଶ୍ରୀ ସ୍ମିତା ରାଜ, ଅଶୋକ କୁମାର ମାଝି, ସୁଦେଷ୍ଣା ଚିରସ୍ରୋତା, ଶୁଭଶ୍ରୀ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଓଡ଼ିଆ ବିଭାଗ ଅଧ୍ୟାପକ ଆଶିଷ କୁମାର ମୁଦୁଲି ଓ ଅଧ୍ୟାପିକା ଶୁଭସ୍ମିତା ମହାନ୍ତି ଆଲୋଚନାର ସଫଳତା ପାଇଁ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ମାନସ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.