ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସେଁପୁର ଠାରେ ବାର୍ଷିକ କ୍ରୀଡା ମହାସମାରୋହରେ ପାଳତ ହୋଇଯାଇଛି। ଏଥିରେ ୪୮ଟି ପ୍ରତିଯୋଗିତା ମୋଟ୍ ୪୦୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ସଂପାଦକ ଶ୍ରୀ ନରେଶ ସାହୁ ଯୋଗଦେଇ ଶିଶୁମାନଙ୍କୁ ଶରୀର ପ୍ରତି କ୍ରୀଡାର ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ। ପରିଚାଳନା ସମିତିର ସଭାପତି ଭିକାରି ଚରଣ ସାହୁ, ସମ୍ପାଦକ ରାଜେଶ ପ୍ରସାଦ ସାହୁ, ଉପ ସଭାପତି ବାଞ୍ଛାନିଧି ମିଶ୍ର, କୋଷାଧ୍ୟକ୍ଷ ମକରଧ୍ବଜ ସାହୁଓ ସଦସ୍ୟା ନୁପୁର ସାହୁ ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସହ-ଶାରିରୀକ ପ୍ରମୁଖ ପୂର୍ଣ୍ଣ ଗୁରୁଜୀ ବୃତ୍ତ କଥନ କରିଥିବା ବେଳେ ଖୁସିରାମ ସାହୁ ସଂଯୋଜନା କରିଥିଲେ। ଏଥିରେ ଗୀତାଞ୍ଜଳି ବାଗ, ପ୍ରଭାତୀ ବେହେରା, ପ୍ରବୀଣ ତ୍ରିପାଠୀ, ସୌଦାମିନୀ ସାହୁ, ରଶ୍ମିତା ନାୟକ, ରିତା ସାହୁ, ଗଙ୍ଗାଧର ଚଳାନ, ଯଶୋବନ୍ତ ଚିନ୍ଦା, ସୁନୀତା ସାହୁ, ଭଞ୍ଜନୀ ଗହିର, କୌତୁକ ଚଲାନ,ଡୁଲେଶ୍ବର ଯୁଆଡ,ଯାମିନୀ ମାଝୀ,ମାନସୀ ସାହୁ, ସୁମନ୍ତ ଯାନୀ ଇତ୍ୟାଦି ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ। କ୍ରୀଡାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।