ତିନି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ସ୍ବଚ୍ଛ ଭାରତ ଓ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ତିନୋଟି ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସିଟିଜେନ୍ସ ହ୍ୟୁମାନ ରାଇଟ୍‌ସ୍‌ କ୍ଲିନିକ’ (କାଉନସିଲ), ‘ସାବିତ୍ରୀ ଦେବୀ ଚ୍ୟାରିଟେବୁଲ୍ ଟ୍ରଷ୍ଟ ଭୁବନେଶ୍ଵର, ‘ପୂର୍ବାଶା ତାରିଣୀ ମାଆ ସାମାଜିକ ଓ ସାଂସ୍କୃତିକ ଉନ୍ନୟନ ପ୍ରତିଷ୍ଠାନ ତରଫରୁ କଟକ ଐତିହାସିକ ବାଲିଯାତ୍ରା ସମାରୋହ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହିତ ଡେଙ୍ଗୁ ନିରାକରଣ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ଏହି ଅନୁଷ୍ଠାନ ଗୁଡ଼ିକର ପ୍ରତିଷ୍ଠାତା ସଭାପତି ଗୋପବନ୍ଧୁ ମଲ୍ଲିକ, ପ୍ରାଧ୍ୟାପିକା ଓ ବିଶିଷ୍ଟ ଲେଖିକା ରଶ୍ମୀ ରାଉଳ ଓ ବନଶ୍ରୀ ମହାପାତ୍ର ବାରବାଟୀ ଷ୍ଟାଡ଼ିୟମ ଠାରେ ଅବସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ପଥପ୍ରାନ୍ତ ସଭା କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାକ୍ତନ ମୁଖ୍ୟ ପ୍ରଫେସର ନିରଂଜନ ବାରିକ ଯୋଗ ଦେଇଥିଲେ। ସେ ସଭାକୁ ଉଦ୍‌ବୋଧନ ଦେଇ ସର୍ବସାଧାରଣଙ୍କୁ ସ୍ୱଚ୍ଛ ଭାରତ, ଡେଙ୍ଗୁ ନିରାକରଣ ତଥା ଟ୍ରାଫିକ ନିୟମର ପ୍ରଚାର ପାଇଁ କାମ କରିବା ସହିତ ଏହାର ଉପକାରିତା ବିଷୟରେ ଅବଗତ କରାଇଥିଲେ। ଏହି ତିନିଗୋଟି ଅନୁଷ୍ଠାନ ସମାଜ ପାଇଁ ସମର୍ପିତ ଥିବାରୁ ପ୍ରଫେସର ବାରିକ ଏହାର ସଭ୍ୟ ଓ ସଭ୍ୟାମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସଭାକୁ ସମ୍ବୋଧ‌ିତ କରି ସାବିତ୍ରୀ ଦେବୀ ଚ୍ୟାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷା ରଶ୍ମୀ ରାଉଳ ସେମାନଙ୍କର ଅନୁଷ୍ଠାନ ଗୁଡ଼ିକ ସମାଜର ହିତ ପାଇଁ ଯେଉଁସବୁ କାମ କରୁଛି, ସେ ବିଷୟରେ ସୂଚନା ଦେଇଥିଲେ। ପ୍ରଥପ୍ରାନ୍ତ ସଭା ପରେ ଏହି ତିନିଗୋଟି ଅନୁଷ୍ଠାନର ସଭ୍ୟସଭ୍ୟା ଯଥା ପ୍ରଫେସର ନିରଞ୍ଜନ ବାରିକ, ଲେଖିକା ରଶ୍ମୀ ଭାଉଜ, ସମାଜସେବୀ ବନଶ୍ରୀ ମହାପାତ୍ର, ଭବାନୀ ମଲ୍ଲିକ, ମଧୁସ୍ମିତା ଚୌଧୁରୀ, ଲିଜାରାଣୀ ସାହୁ, ତିଳୋତ୍ତମା ମଲ୍ଲ, ଗୋପବନ୍ଧୁ ମଲ୍ଲିକ, ପ୍ରଶାନ୍ତ କୁମାର ଦାସ, ଶତ୍ରୁଜିତ ମହାପାତ୍ର, ବିପ୍ଳବ କୁମାର ପଟ୍ଟନାୟକ, ସୁଧାକର ନାୟକ, ବସନ୍ତ କୁମାର ମଲ୍ଲିକ, ଦାମୋଦର ବରାଳ, ଅଭିମନ୍ୟୁ ଦାସ, ଶିବ ପ୍ରସାଦ ମହାନ୍ତି, ନିଗମ ପ୍ରସାଦ ଧଳ, ବିକାଶ ସାହୁ, ଗୌରୀ ରାଣୀ ସାହୁ, ପ୍ରଜ୍ଞା ମହାପାତ୍ର ଇତ୍ୟାଦି ସେମାନଙ୍କ ସଂଗଠନମାନଙ୍କର ପୋଷ୍ଟର ଓ ଇସ୍ତାହାର ପତ୍ର ଧରି ବାଲିଯାତ୍ରା ପରିକ୍ରମା କିରଥିଲେ ଏବଂ ସଡ଼କ ବ୍ୟବହାରୀଙ୍କ ପାଇଁ ମୋଟର ଯାନର ନିୟମ କାନୁନପତ୍ର ଦୋକାନୀମାନଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ଏ ବିଷୟରେ ଇଣ୍ଡୋଟିଭିର ମୁଖ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ଦାସ ଓ ବରିଷ୍ଠ ସମ୍ପାଦକ ଉଦୟ ଭାଇ ଫଟୋଚିତ୍ର ପ୍ରସ୍ତୁତ କରି ଦେଖଣାହାରୀଙ୍କୁ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.