ଓଡିଶା ବିଧାନସଭାରେ ଖର୍ଚ୍ଚଦାବି ଗୃହିତ 

ଭୁବନେଶ୍ଵର,୧୯/୭ : ଓଡିଶା ବିଧାନସଭାରେ ଆଜି (ଶୁକ୍ରବାର) ୧୮୯୨୭ କୋଟି ୨୫ ଲକ୍ଷ ୬୯ ହଜାର ଟଙ୍କାର ଖର୍ଚ୍ଚଦାବି ଗୃହୀତ ହୋଇଛି । ବିଭିନ୍ନ ବିଭାଗ ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଏହା ସହିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଖର୍ଚ୍ଚଦାବି ମଞ୍ଜୁର ହୋଇଛି। ମନ୍ତ୍ରୀ ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି।
ବିଭିନ୍ନ ବିଭାଗ ପାଇଁ ୧୮୯୨୭ କୋଟି ୨୫ ଲକ୍ଷ ୬୯ ହଜାର ମଞ୍ଜୁର କଲେ ରାଜ୍ୟ ସରକାର

ଗୃହରେ ଦାରିଦ୍ର୍ୟମ ଦୂରୀକରଣ ପାଇଁ ମୋଟ ୬ କୋଟି ୭୭ ଲକ୍ଷ ଟଙ୍କା, ପକ୍କାଘର ନିର୍ମାଣ ପାଇଁ ୪ ହଜାର ୮୨୦ କୋଟି ଟଙ୍କା, ମନରେଗା ପାଇଁ ୧୨୦୦ କୋଟି ଓ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ୪ ଶହ କୋଟି, ଆମ ଗାଁ ଆମ ବିକାଶ ପାଇଁ ମୋଟ୍ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପାନୀୟଜଳ ପାଇଁ ୨ ହଜାର  ୧୪୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ୭ ଲକ୍ଷ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। 

Omkar Vasthu
Omkar Vasthu

 

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.