ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ମହିଳା ସମିତି ଦୁଲଦୁଲି ପ୍ରଦର୍ଶନୀ ୨୦୨୫ରେ ତା’ର ବିଶେଷତ୍ବ ପ୍ରତିପାଦନ କରିଛି

ଓଡ଼ିଆ ବାର୍ତ୍ତା/ ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଦ୍ବାରା ସମର୍ଥିତ ଓଡ଼ିଶାର ଅନ୍ୟତମ ମହିଳା ନେତୃତ୍ବାଧୀନ ସମବାୟ ସମିତି ଦୁଲଦୁଲି ପ୍ରଦର୍ଶନୀ ୨୦୨୫ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଷ୍ଟଲକୁ ଓଡ଼ିଶା ସରକାରଙ୍କ ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟିର ସିଇଓ ଶ୍ରୀ ଯୁବରାଜ ସାହୁ ଉଦଘାଟନ କରିଥିଲେ । ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତିର ଷ୍ଟଲରେ ସଦସ୍ୟାମାନଙ୍କ ସୃଜନଶୀଳତା ଓ ଉଦ୍ୟୋଗୀ ମନୋଭାବକୁ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ, ଫିନାଇଲ, ସୁଗନ୍ଧିତ କ୍ୟାଣ୍ଡେଲ ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ରହିଥିଲା । ଏହି ଷ୍ଟଲ ୧୦,୦୦୦ରୁ ଅଧିକ ପରିଦର୍ଶକଙ୍କୁ ଆକୃଷ୍ଟ କରିଥିଲା ।

Omkar Vasthu
Omkar Vasthu

ଏହି ପଦକ୍ଷେପ ଉପରେ ମତ ଦେଇ ସୁନୀଲ ଗୁପ୍ତା, ସିଓଓ-ବେଦାନ୍ତ ଆଲୁମିନିୟମ କହିଥିଲେ ଯେ ଶୁଭଲକ୍ଷ୍ମୀ ମହିଳା ସମିତି ନେତୃତ୍ଵରେ ଉଦ୍ୟୋଗର ପରିବର୍ତନଶୀଳ ଶକ୍ତି ଆମ ସଭିଙ୍କ ପାଇଁ ଏକ ଉଦାହରଣ। ଏହାର ପ୍ରଭାବଶାଳୀ କାରିଗରଙ୍କୁ ଏକ ପ୍ଲାଟଫର୍ମ ଯୋଗାଇ ଦେଇଥିବାରୁ ଆମେ ଗର୍ବିତ, ଆମେ ଚାହୁଁ ଆମ ଗୋଷ୍ଠୀର ବିକାଶ ହେଉ ।

Pearl dental clinic
Near Ashish Medical Store, Bhawanipatna

ପଙ୍କଜିନୀ ଓରାମ, ସଭାପତି- ଶୁଭଲକ୍ଷ୍ମୀ ମହିଳା ସମିତିରେ ଅଂଶଗ୍ରହଣ କରି ନିଜକୁ ଗୌରବାନ୍ବିତ ମନେ କରନ୍ତି। ସେ କହିଥିଲେ ଯେ ସମିତି ମାଧ୍ୟମରେ ଆମ ପ୍ରତିଭା ପ୍ରଦର୍ଶନ ଲାଗି ବେଦାନ୍ତ ସୁଯୋଗ ଦେଇଥିବାରୁ ଆମେ ବହୁତ ଖୁସି ।

Udyog Nursery
Udyogi Nursery

ଟଙ୍କଧର ତ୍ରିପାଠୀ, ବିଧାୟକ, ଝାରସୁଗୁଡ଼ା କହିଥିଲେଯେ ଶୁଭଲକ୍ଷ୍ମୀ ମହିଳା ସମିତି ପରି ପଦକ୍ଷେପ କେବଳ ମହିଳାମାନଙ୍କୁ ସଶକ୍ତ କରେ ନାହିଁ ବରଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିଥାଏ I ବ୍ୟାପକ ବୃକ୍ଷ ରୋପଣ ଦ୍ବାରା ମୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି ଯେଉଁଠାରେ ୧୦୦୦୦୦ ବୃକ୍ଷ ରୋପଣ କରାଯାଇଛି ଓ ଭବିଷ୍ୟତ ପାଇଁ ଏକ ସବୁଜ ପରଂପରା ସୃଷ୍ଟି କରୁଛି ତଥା ପରିବେଶ ପରିଚାଳନାରେ ବେଦାନ୍ତର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି ।

ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଦକ୍ଷତା ବିକାଶ, ତୃଣମୂଳ କ୍ରୀଡ଼ା, କଳା, ସଂସ୍କୃତି କ୍ଷେତ୍ରରେ ବେଦାନ୍ତ ସାମାଜିକ ପଦକ୍ଷେପ ଗୁଡ଼ିକ ମହିଳା ଓ ଶିଶୁ ବିକାଶ ଉପରେ ଧ୍ୟାନ ଦେଇ ଝାରସଗୁଡ଼ା ଓ ନିକଟବର୍ତି ଅଂଚଳରେ ପ୍ରାୟ ୮୦ ଟି ଗ୍ରାମରେ ପହଂଚି ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରାଉଛି । ୩୫୦ରୁ ଅଧିକ ଏସଏଚଜି ମାଧ୍ୟମରେ ୫୦୦୦ ମହିଳା ନିଜକୁ ସାବଲମ୍ବୀ କରାଇପାରିଛନ୍ତି ଓ ବର୍ଷକୁ ୫୦,୦୦୦ରୁ ଅଧିକ ଲୋକଙ୍କ ଦ୍ଵାର ଦେଶରେ ଏହା ସ୍ଵାସ୍ଥ୍ୟସେବା ଯୋଗାଇଥାଏ। ୧୩,୦୦୦ରୁ ଅଧିକ ଛାତ୍ର ଛାତ୍ରୀମାନେ ଶିକ୍ଷା ସହାୟତା ପାଇ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିଛନ୍ତି । ଏହା ସ୍ଥାନୀୟ ଲୋକଙ୍କ ସହାୟତାରେ ୧.୫୦ ଲକ୍ଷ ଗଛ ଲଗାଇ ପରିବେଶ ଉନ୍ନତି ପ୍ରତି ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛି ।

ବେଦନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ବ୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସୁୟୀ ବିକାଶ ଅବଲମନକାରୀ ସଂସ୍ଥା। ବେଦାନ୍ତର ବିଶ୍ଵ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାରମ୍ପ୍ୟୁଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ମ୍ପ୍ୟୁଟର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.