ଭାରତୀୟ କିଷାନ ସଂଘର ପୁଇଁତଲା ବ୍ଲକ କମିଟି ଗଠିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ କୁଣ୍ଡାମାଲ ଗାଁରେ ଅଖିଳ ଭାରତୀୟ ସ୍ତରରେ ଅଣ-ରାଜନୈତିକ କୃଷକ ସଂଗଠନ ଭାବେ ଖ୍ୟାତିପ୍ରାପ୍ତ ଭାରତୀୟ କିଷାନ ସଂଘର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସମ୍ପନ୍ନ ହୋଇଯାଇଛି |ଏହି ଅବସରରେ କିଷାନ ସଂଘର ପୁଇଁନ୍ତଲା ବ୍ଲକ କମିଟି ଗଠନ କରାଯାଇଥିଲା | ଏହି କମିଟିରେ ବ୍ଲକ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ଖମାରୀ, ଉପସଭାପତି ପ୍ରଦୀପ ପଧାନ, ସଂପାଦକ ଲାଲ ବାହାଦୁର ଡାଙ୍ଗ, ସହସଂପାଦକ ଗଦାଧର ମହାପାତ୍ର, କୋଷାଧ୍ୟକ୍ଷ ଢେକଲ ସିଂ ମୁନ୍ନା, ଯୁବା ପ୍ରମୁଖ ବନମାଳୀ ଖମାରୀ, ମହିଳା ପ୍ରମୁଖ ସୁରେଖା ମାହାର ଏବଂ ଜୈବିକ ପ୍ରମୁଖ ଭାବେ କୂଳମଣି କର୍ମୀଙ୍କୁ ମନୋନୀତ କରାଯାଇଥିଲା | କିଷାନ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକୃଷ୍ଣ ମେହେର, ବଲାଙ୍ଗୀର ଜିଲ୍ଲା ସଭାପତି ଡାକ୍ତର ଶଶିଭୂଷଣ ସାହୁ, ଜିଲ୍ଲା ସମ୍ପାଦକ ଚନ୍ଦ୍ରଭାନୁ ପଧାନ, କୋଷାଧକ୍ଷ ମଧୁସୂଦନ କ୍ଷେତି ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ | ରାଜ୍ୟ ସମ୍ପାଦକ ମୋହନ ନାଏକ ନୂତନ ବ୍ଲକ କମିଟି ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସକ୍ରିୟତାପୂର୍ଣ୍ଣ ଅବଦାନ ଫଳରେ ସଂଗଠନ ଅଧିକ ମଜଭୁତ ଓ ପ୍ରଭାବଶାଳୀ ହେବ ବୋଲି ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.