ମିତ୍ରଭାନୁ ବଗର୍ତ୍ତୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଖାରି ଦଳ ଚାମ୍ପିଅନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବ୍ଲକ୍ ବିଶିମୁଣ୍ଡା ପଞ୍ଚାୟତ ଖେଳପଡ଼ିଆ ଠାରେ ଗ୍ରାମାଞ୍ଚଳରେ ଭାତୃ ଭାବର ପୁନଃ ପ୍ରତିଷ୍ଠା ତଥା ଯୁବଶକ୍ତିର ଏକତା ଉଦ୍ଦେଶ୍ୟରେ ପ୍ରଥମ ମିତ୍ରଭାନୁ ବଗର୍ତ୍ତୀ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ପାଞ୍ଚ ଦିନ ଧରି ଆୟୋଜିତ ହୋଇ ଗତକାଲି ଉଦଯାପିତ ହୋଇଯାଇଛି।

୧୯ ତାରିଖ ରବିବାର ଦିନ ପୁର୍ବାହ୍ନରେ ଅନୁଷ୍ଠିତ ଦୁଇଟି ସେମିଫାଇନାଲ ଖେଳ ହୋଇଥିବା ବେଳେ ଅପରାହ୍ନ ରେ ଅନୁଷ୍ଠିତ ଫାଇନାଲ ଖେଳ ରେ ଗବଜୋର (ବୌଦ୍ଧ) ଓ ଖାରୀ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା ଚାମ୍ପିଅନ ଖାରୀ ଦଳକୁ ବିଜେତା ଟ୍ରଫି ସହ ୨୦ ହଜାର ଆର୍ଥିକ ରାଶି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଗବଜୋର ଦଳକୁ ଟ୍ରଫି ସହ ୧୪ ହଜାର ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ଖାରି ଟିମ୍ ର ଯୁବ ତାରକା ଆଶିଶ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ହୋଇଥିଲେ। ପୁରାତନ ଖେଳାଳୀ ଖାଲିକ ଖାନ୍, ଯୁବରାଜ ସାହୁ, ଜିତୁ ମିଶ୍ର ଓ ଆର୍ତ୍ତତ୍ରାଣ ତ୍ରିପାଠୀ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ। ଉଦଘୋଷକ ଭାବେ ଶ୍ରବଣ କୁମାର ଓ ଲାଲମନି କ୍ରିକେଟ ଉଦ୍ଘୋଷକ ସଞ୍ଜୀବ ମିଶ୍ର ହଜାର ଦର୍ଶକକୁ ବାନ୍ଧି ରଖିଥିଲେ। ଛକୋରମାଲ ର ପୂର୍ବତନ ସରପଞ୍ଚ ଶଙ୍କର ପ୍ରସାଦ ସା ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ।

ଏହି ଖେଳ ପ୍ରତିଯୋଗିତା ରେ ଅନୁଷ୍ଠାନ ର ବହୁ ପୁରାତନ ସଦସ୍ୟ ଶ୍ରୀ ରବିନ୍ଦ୍ର ଠେଟୁଆଲ, ଅମ୍ବୁଜ ବିହାରୀ ଶତପଥୀ, ସୁଜନ ଦୀପ, ଦିଗାମ୍ବର ଶତପଥୀ, ପ୍ରଦୀପ ସେଠୀ, ଶ୍ୟାମ ସୁନ୍ଦର ଶତପଥୀ, ଆନନ୍ଦ ବାରିକ, ଚନ୍ଦ୍ରମଣି ତ୍ରିପାଠୀ, ଗଜପତି ସୁନା, ମଜିଦ୍ ଖାନ୍ ପ୍ରମୁଖ ଯୋଗଦେଇ ନୂତନ ପିଢ଼ୀକୁ ଉତ୍ସାହିତ କରିଥିଲେ । ଓଡ଼ିଶା ସାମ୍ୱାଦିକ ସଂଘର ରାଜ୍ୟ ସଂଗଠନ ସଂପାଦକ ରାଜ କିଶୋର ତ୍ରୀପାଠୀ, ସୋନପୁରର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରୀପାଠୀ, ସୁବାସ ପଣ୍ଡା ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଆୟୋଜକ କମିଟି ଓ ଖେଳାଳି ଙ୍କୁ ଉତ୍ସାହିତ କରି ସ୍ୱର୍ଗୀୟ ମିତ୍ର ଭାନୁ ବଗର୍ତ୍ତୀ ଏ ଅଞ୍ଚଳର ବିକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିଥିଲେ ଓ ଯୁବ ପୀଢ଼ିଙ୍କ ପ୍ରେରଣା ଦାତା ଥିଲେ ବୋଲି ମତ ରଖିଥିଲେ। ଅନୁଷ୍ଠାନର ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ଓତା, ସଂପାଦକ ଶ୍ରବଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠାନର ସଦସ୍ୟ ଯଦୁ ନନ୍ଦନ ଓତା, ସରୋଜ ଦୀପ, ମନୋଜ ସେଠୀ, ବିପିନ କଉଡି, ସୁବଳ ଓତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମିତ୍ରଭାନୁ ବଗର୍ତ୍ତୀ ଙ୍କ ସୂ ପୁତ୍ର ଦୀପକ, ରୂପକ ଓ ଶୁଭମ ଓ ଏ ଅଞ୍ଚଳର ଭେଟରାନ୍ ଖେଳାଳିଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଧିତ କରି ଉତ୍ସାହିତ କରାଯାଇଥିଲା। ରାମ ଚନ୍ଦ୍ର ଶତପଥି , ଶ୍ୟାମ ସୁନ୍ଦର୍ ଶତପଥିଙ୍କ ସମେତ କ୍ଳବର ସମସ୍ତ ସଦସ୍ୟ ସହଯୋଗ୍ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.