ଚତୁର୍ଥ ତୋଷାଳୀ ମହୋତ୍ସବ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ତୁଷୁରା ଠାର ତୋଷାଳୀ ଗଡ଼ର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଲୋକ କଳାକୁ ନେଇ ଚତୁର୍ଥ ତୋଷାଳୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ତୁଷୁରାର ଅଧିଷ୍ଠାତ୍ରୀ ଦେଵୀ ମା ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଦଳ ସହ ମଶାଲ ବାହାରି ସହର ପରିକ୍ରମା ପରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ନିର୍ମିତ ମଞ୍ଚରେ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ମଶାଲ ଶୋଭାଯାତ୍ରାରେ ଶ୍ରୀମତୀ ମାମି ଦାଶ ଉପାଧ୍ୟକ୍ଷା ତୁଷୁରା ଏନଏସି ଓ ଶ୍ରୀଯୁକ୍ତ ଟୁକୁରାମ ପାଣିଗ୍ରାହୀ ଉପାଧ୍ୟକ୍ଷ ଗୁଡଭେଳା ବ୍ଲକ ଯୋଗଦେଥିଲେ। ଏହି ଉତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ଶ୍ରୀଯୁକ୍ତ ଆଲୋକ ପଟେଲ, ଉପଜିଲ୍ଲାପାଳ ବଲାଙ୍ଗୀର ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ଆର୍ତତ୍ରାଣ ଥାଟି, ତହସିଲଦାର ତୁଷୁରା, ଶ୍ରୀଯୁକ୍ତ ଦୟାନିଧି ଖମାରି, ଅଧକ୍ଷ ଦେଓଗାଁ ବ୍ଲକ, ବିଷ୍ଣୁ ପ୍ରସାଦ କେଡ଼ିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହୋତ୍ସବର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ବିୟୋଗରେ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ମଞ୍ଚକୁ ଉତ୍ସର୍ଗୀକୃତ କରାଯାଇଥିଲା। ସମ୍ବଲପୁରୀ କଣ୍ଠଶିଳ୍ପୀ ଆଶିଷ କୁମ୍ଭାର, କଣ୍ଠଶିଳ୍ପୀ କାଳିଚରଣ ବାଗ, ବିଶ୍ୱଜିତ ସାହୁ, ଶ୍ରେୟଂଶ ଶେଖରଙ୍କ ଲୋକଗିତ, ସାଂସ୍କୃତିକ ନାଗମେଧ କଲାପରିଷଦ ପୁରୀ, ବିଧୁଚରଣ (ସନ୍ତାଳୀ ନୃତ୍ୟ) ସୁନ୍ଦରଗଡ଼, ନଟରାଜ ସଂଗୀତ ମହାବିଦ୍ୟାଳୟ, ତୁଷୁରା, ଅଘୋରୀ (ମହାକୁମ୍ଭ ନୃତ୍ୟ), ସାଇସ୍ଵର୍ଣ କଲାପରିଷଦ ବଲାଙ୍ଗୀର ପ୍ରଭୃତି ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶ୍ରୀଯୁକ୍ତ ସୁଧୀର ନାୟକ, ସୁଶ୍ରୀ ଆନନ୍ଦିତା ସାମନ୍ତ, ସୁଶ୍ରୀ ପ୍ରତୀଚୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ମହୋତ୍ସବ କମିଟି ସଭାପତି ବ୍ରହ୍ମାନନ୍ଦ ପାଣ୍ଡିଆ, ମହୋତ୍ସବ କମିଟି ଚେୟାରମେନ ସୁରେଶ ସାହୁ, ଉପସଭାପତି ଦେବବ୍ରତ ପାଣିଗ୍ରାହୀ, ସମ୍ପାଦକ ଜିତେନ୍ଦ୍ର ମହାପାତ୍ର, ୟୁଥ ଆକ୍ସନ କମିଟି ସଭାପତି ଲିସାନ ପ୍ରଧାନ ପ୍ରମୁଖ ଅତିଥି ମଞ୍ଚାସିନ ଥିଲେ। ଏହି ମହୋତ୍ସବ ତିନି ଦିନ ଧରି ଚାଲିବ ଓ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକକଳା ଓ ଲୋକଗୀତ ପରିବେଷିତ ହେବ ବୋଲି ଆୟୋଜକଙ୍କ ଠାରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.