ସୁବର୍ଣ୍ଣପୁର ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ଠାରେ ନିଯୁକ୍ତିମେଳା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସରକାରୀ ତାଲିମ ଶିକ୍ଷାନୁଷ୍ଠାନ ଠାରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ତରଫରୁ ଏକ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅନୁଷ୍ଠାନିକ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ବୀରମହାରାଜପୁର ବିଧାୟକଙ୍କ ପ୍ରତିନିଧି ବିଶ୍ୱମ୍ବର ମହାପାତ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ବିଡିଓ ଉଲୁଣ୍ଡା କରିସ୍ମା ବେସ୍ରା, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସଂଜୁ କୁମାରୀ ସାହୁ ପ୍ରମୁଖ ଯୋଗଦାନ କରି ନିଜ ନିଜର ଅନୁଭୂତି ବାଣ୍ଟିବା ସହ ରୋଜଗାର ଆଶାୟୀ ଯୁବକ ଯୁବତୀ ସରକାରୀ ସ୍ତରରେ ଉପଲବ୍ଧ ଥିବା ସମସ୍ତ ସୁବିଧା ସୁଯୋଗର ଶତ ପ୍ରତିଶତ ଲାଭ ନେବା ସହିତ ନିଯୁକ୍ତି ମେଳା ଜରିଆରେ ସିଧା ସଳଖ ନିଯୁକ୍ତି ପାଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠିତ ଏହି ମେଳାରେ ବିଭିନ୍ନ ୧୮ ଟି ପ୍ରମୁଖ କର୍ମସଂସ୍ଥାନ ସଂସ୍ଥା ଯୋଗଦାନ କରିଥିବା ୪୧୫ ଜଣ ରୋଜଗାର ଆଶାୟୀ ଯୁବକ ଯୁବତୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ମେଳାକୁ ସ୍ନିଗ୍ଧା ପାତ୍ର ପରିଚାଳନା କରିଥିବା ବେଳେ ଶିଳ୍ପ ପ୍ରତିଷ୍ଠାନ ଭାରପ୍ରାପ୍ତ ଅଧ୍ୟକ୍ଷ ସୌଭାଗ୍ୟ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.