ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ ୩୬ତମ ପ୍ରାଦେଶିକ ଖେଳକୁଦ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ ୩୬ତମ ପ୍ରାଦେଶିକ ଖେଳକୁଦ ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ବ୍ରଜବିହାର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ଜାନୁୟାରୀ ୩୦ ରୁ ଆରମ୍ଭ ହୋଇଥିବା ଏହି ଖେଳକୁଦ ସମାରୋହ ଆଜି (ଫେବୃଆରୀ ୧) ଉଦଯାପିତ ହୋଇଯାଇଛି।

ଦ୍ଵିତୀୟ ଦିବସରେ ଲଙ୍ଗ ଜମ୍ପ, ହାଇ ଜମ୍ପ, ଦୌଡ଼, ସଟଫୁଟ, ହଡଲସ ଏବଂ ଜେବଲିନ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଂଗଠନ ସମ୍ପାଦକ ଶ୍ରୀମାନ ତାରକ ଦାସ ସରକାର, ସମ୍ପାଦକ ଡକ୍ଟର ସରୋଜ କୁମାର ହାତୀ, ଶ୍ରୀ ସଞ୍ଜୟ କୁମାର ମିଶ୍ର, ପ୍ରାନ୍ତ ଖେଳକୁଦ ସଂଯୋଜକଙ୍କ ତତ୍ୱାବଧାନରେ ଏହା କାର୍ଯ୍ୟକାରିତ ହୋଇଥିଲା।

ସମାରୋପ ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟଯୋଶୀ, ମୁଖ୍ୟବକ୍ତା ଶ୍ରୀମତୀ ଗାୟତ୍ରୀ ବାହିନୀପତି ଉପ ସଭାପତି ଶିକ୍ଷା ବିକାଶ ସମିତି, ସମ୍ମାନିତ ଅତିଥି ତାରକଦାସ ସରକାର ସମ୍ମାନିତ ଅତିଥି, ବିଭାଗ ସଂଯୋଜକ ସୁକାନ୍ତ ବେହେରା, ରୂପସିଂ ରାଉତ ସଭାପତି ଦକ୍ଷିଣ ସମ୍ଭାଗ, ଦୁଷ୍ମନ୍ତ ରଥ ସର୍ବ ବ୍ୟବସ୍ଥା ପ୍ରମୁଖ ଉପସ୍ଥିତ ଥିଲେ।

ଡକ୍ଟର ସରୋଜ କୁମାର ହାତୀଙ୍କ ସଭାପତିତ୍ୱରେ ସମାରୋପ କାର୍ଯ୍ୟକ୍ରମ ହୋଇଥିଲା ଏବଂ ଧନ୍ୟବାଦ ଦେଇଥିଲେ ନକୁଳ ନାଏକ। ବିଜୟୀ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଛି।  ୯ ଟି ସମ୍ଭାଗର ଭାଇ ଭଉଣୀଙ୍କୁ ଅଂଡର ୧୪, ୧୭ ଓ ୧୯ ସ୍ତର ଅନୁଯାୟୀ ଚମ୍ପିୟାନ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ତରଙ୍ଗ ଦୀପ, ସ୍ୱଂୟ ଶଙ୍କର ବେହେରା, ଅମରେନ୍ଦ୍ର ବଗର୍ତ୍ତୀ, ସମୀକ୍ଷା ମେହେର, ଧନଞ୍ଜୟ ନାୟକ, ସ୍ବର୍ଣ୍ଣଲତା ମହାରଣା ଏବଂ ପ୍ରାଚୀ ସୁବୁଦ୍ଧି ପୁରସ୍କୃତ ହେଲେ ବ୍ରଜବିହାର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଧନ୍ୟବାଦ ଦେଇଥିଲେ କୋଷାଧକ୍ଷ ନକୁଳ ନାଏକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.