ମା’ ଭଣ୍ଡାରଘରଣୀ ଦେବୀଙ୍କ ମଣ୍ଡେଇ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଝରିଆଗୁଡା ଗ୍ରାମରେ ମା’ ଭଣ୍ଡାରଘରଣୀ ଦେବୀଙ୍କ ମଣ୍ଡେଇ ଯାତ୍ରା ପାଳିତ ହୋଇଛି। ଗାଁ ଗୋନ୍ତିଆ ଓ ପୁଝାରୀ ଘରୁ ବାହାରୀ ଥିବା ତିନୋଟି ଲାଠି ପରିକ୍ରମା କରିବା ପରେ ଗାଁର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧରଣୀଦେବୀଙ୍କ ପୀଠରେ ପହଞ୍ଚି ଥିଲେ। ସେଠାରେ ମା’ ଭଣ୍ଡାରଘରଣୀ ଦେବୀଙ୍କ ସହ ବର୍ଷେଲ ମାଝୀ, ଭୀମା ଦେବତା, ଠାକୁରାଣୀ ଦେବୀ, ଲଙ୍କେଶ୍ୱରୀ ଆଦି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ କଣ୍ଟା ଦୋଲିରେ ଦେବାଦେବୀଙ୍କ ଶିରା ପୁଝାରୀ ମାନେ ଝୁଲିବା ସହ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ଏହି ସମୟରେ ଶ୍ରଦ୍ଧାଳୁମାନେ ଦେବାଦେବୀଙ୍କ ଆଶୀର୍ବାଦ ସହ ନିଜ ତଥା ନିଜ ପରିବାରର ମଙ୍ଗଳ କାମନା କରିଥିଲେ। ପୁଝାରୀ ଓରାଚନ ପୂଝାରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଯାତ୍ରାରେ ରେଙ୍ଗାଲପାଲି ସରପଞ୍ଚ ପଦ୍ମିନୀ ପାତ୍ର, ଜୟଲାଲ ନାଏକ, ଯୁଧିଷ୍ଠିର ନାଏକ, ରାଜ କିଶୋର ସାହୁ, ନରେନ୍ଦ୍ର ରାଉତ, ଅରବିନ୍ଦ ପଟ୍ଟନାୟକ, କୁରୁକ୍ଷେତ୍ର ପାଣିଗ୍ରାହୀ, ମୁକୁନ୍ଦ ପଟ୍ଟନାୟକ, ସୁରେନ୍ଦ୍ର ବଚ୍ଛା, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ଭାସ୍କର ଖମାରୀ, ଗଣେଶ ରାଉତ, ନରେନ୍ଦ୍ର ନିଏଲ ସମେତ ଗାଁ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.