ଅଗ୍ନି ଭୈରବ ଦେବତାଙ୍କ ମଣ୍ଡେଇ ଯାତ୍ରା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଅନ୍ତର୍ଗତ ତାଲପଦର (କାଦୋଗୁଡା) ଗ୍ରାମରେ ଅଗ୍ନି ଭୈରବ ଦେବତାଙ୍କ ମଣ୍ଡେଇ ଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଅଛି। ଗ୍ରାମର ପୁଝାରୀଙ୍କ ଘରୁ ଲାଠି ବାହିରି ପ୍ରଥମେ ଗୋନ୍ତିଆ ଘରକୁ ଯାଇଥିଲା। ସେଠାରେ ଲାଠି କୁ ପୂଜାର୍ଚ୍ଚନା ସାରି ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମ ପରିକ୍ରମା କରିବା ପରେ ଅଗ୍ନି ଭୈରବ ମନ୍ଦିରରେ ଲାଠି ପହଞ୍ଚି ଥିଲା। ସେଠାରେ ଅଗ୍ନି ଭୈରବ ଦେବତା ସମେତ ଗ୍ରାମର ବିଭିନ୍ନ ଦେବାଦେବୀ ପୁଜାର୍ଚ୍ଚନାଙ୍କ କରାଯିବା ସହିତ କଣ୍ଟା ଦୋଲିରେ ଦେବାଦେବୀଙ୍କ ଶିରା ଓ ପୂଝାରୀ ମାନେ ଝୁଲିବା ସହ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ଏହି ସମୟରେ ଶ୍ରଦ୍ଧାଳୁମାନେ ଦେବାଦେବୀଙ୍କ ଆଶିର୍ବାଦ ନେବା ସହ ନିଜ ତଥା ନିଜ ପରିବାରର ମଙ୍ଗଳ କାମନା କରିଥିଲେ। ଏହି ଯାତ୍ରାରେ କାଦୋଗୁଡାର ରମେଶ ଚନ୍ଦ୍ର ଶବର, ସହଦେବ ପୁଝାରୀ, ବନବାସ ଶବର, ଗ୍ରାମର ୱାର୍ଡ ମେମ୍ବର ଅମର ରାଉତ, ବିଦ୍ଦିମନ୍ତ ରାଉତ, ଋଷି ମଣି ଶବର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଗାଁ ତଥା ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.